ଏହି କଠିନ ପରିସ୍ଥିତିରେ ମୁଁ ସରକାରଙ୍କ ସାଥୀରେ ଅଛି:ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ଏହି କଠିନ ପରିସ୍ଥିତିରେ ମୁଁ ସରକାରଙ୍କ ସାଥୀରେ ଅଛି:ରାହୁଲ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆଜି କଂଗ୍ରେସ ପକ୍ଷରୁ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କ ଏପରି ବର୍ବରକାଣ୍ଡକୁ ସେ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

ସେହିପରି ଘଟଣାକୁ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ କହିଛନ୍ତି ଦଳ ସଭାପତି ରାହୁଲ ଗାନ୍ଧି। ଏଭଳି କଠିନ ପରିସ୍ଥିତିରେ ସେ ସରକାରଙ୍କର ଓ ଯବାନଙ୍କ ସମର୍ଥନରେ ଅଛନ୍ତି ଏବଂ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରାଯିବନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି,“ଦେଶର ଏକତାକୁ ଭାଙ୍ଗିବାକୁ ଆତଙ୍କବାଦୀ ଚେଷ୍ଟା କରୁଛନ୍ତି। ହେଲେ କୌଣସି ବି ଶକ୍ତି ଏବଂ ଯେତେ ପରିମାଣର ଘୃଣା ଓ କ୍ରୋଧ ଆସିଲେ ମଧ୍ୟ ଭଲପାଇବା ଏବଂ ଶ୍ରଦ୍ଧାରେ ନିର୍ମିତ ଏହି ଦେଶକୁ ବିଭାଜନ କରିପାରିବେନି।”

କୌଣସି ରାଜନୀତିକ ଆଲୋଚନା ପାଇଁ ନା ଏହା ଠିକ୍‌ ସମୟ ନା ଠିକ୍‌ ସ୍ଥାନ ବୋଲି କହିଛନ୍ତି।

ରାହୁଲ ଆହୁରି କହିଛନ୍ତି,“ ପୁଲୱାମାରେ ଆତଙ୍କବାଦୀଙ୍କ ‌ଆକ୍ରମଣ ଭାରତର ‌ଆତ୍ମା ଉପରେ ‌ଆକ୍ରମଣ ହୋଇଛି। ଏଭଳି ସମୟରେ ଯବାନ ଓ ସରକାରଙ୍କ ସହ ସବୁ ବିରୋଧୀ ଅଛନ୍ତି।”

ଏହି ଆକ୍ରମଣକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି,“ଆତଙ୍କ ବିରୋଧରେ ଦେଶବାସୀ ଏକାଠି ହୋଇ ଲଢ଼ିବା ଦରକାର।”



from Odisha Reporter http://bit.ly/2S21lpa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages