ବିସିସିଆଇକୁ ତୀବ୍ର ସମାଲୋଚନା କଲେ ମିଆଁଦାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ବିସିସିଆଇକୁ ତୀବ୍ର ସମାଲୋଚନା କଲେ ମିଆଁଦାଦ

ଇସ୍‌ଲାମାବାଦ: ପାକିସ୍ତାନକୁ ବିଶ୍ୱକପ୍‌ରୁ ବାଦ୍‌ ଦେବାକୁ ବିସିସିଆଇ ଅଣ୍ଟା ଭିଡ଼ିଥିବା ବେଳେ ଏବେ ଇସ୍‌ଲାମାବାଦ ଛାନିଆ ହୋଇଯାଇଛି। ଏହି କାରଣରୁ ଆଜି ପାକିସ୍ତାନର ପୂର୍ବତନ ଖେଳାଳି ଜାଭେଦ ମିଆଁଦାଦ ବିସିସିଆଇକୁ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ବିସିସିଆଇର ଏଭଳି ବୃଥା ପ୍ରୟାସକୁ କେବେ ହେଲେ ଆଇସିସି ଶୁଣିବ ନାହିଁ। କାରଣ ଆଇସିସି ସମ୍ବିଧାନରେ ଯୋଗ୍ୟତା ପାଇଥିବା କୌଣସି ରାଷ୍ଟ୍ରକୁ କେବେ ହେଲେ ବ୍ୟାନ୍‌ କରାଯିବାର ନିୟମ ନାହିଁ।

ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। କିଛି ମିଡିଆ ରିପୋର୍ଟ ଅନୁଯାୟୀ, ବିସିସିଆଇ ପାକିସ୍ତାନକୁ ବିଶ୍ୱକପ୍‌ରେ ବାଦ ଦେବାକୁ ପ୍ରୟାସ କରୁଥିବା ଖବର ପ୍ରକାଶ ପାଇଥିଲା।

ଏହା ଉପରେ ପ୍ରତିକ୍ରିୟା ଦେଇ ମିଆଁଦାଦ କହିଛନ୍ତି, “ ଆଇସିସି କେବେ ହେଲେ ବିସିସିଆଇର ଏଭଳି ନିର୍ବୋଧ ଓ ପିଲାଳିଆ ପ୍ରସ୍ତାବ ଗ୍ରହଣ କରିବ ନାହିଁ। ଆଇସିସି ଏକ ଅନ୍ତର୍ଜାତୀୟ ସଂସ୍ଥା। ଆଇସିସିର ଅର୍ଥ ଇଣ୍ଡିଆନ୍‌ କ୍ରିକେଟ୍‌ କାଉନସିଲ୍ ନୁହେଁ। ତେଣୁ ଆଇସିସି କେବେ ହେଲେ ବିସିସିଆଇର ପ୍ରସ୍ତାବ ଗ୍ରହଣ କରିବ ନାହିଁ।”

ପୂର୍ବତନର ଟିମ୍‌ ଇଣ୍ଡିଆ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତ ଓ ପାକ୍‌ ମ୍ୟାଚ୍‌ ବିରୋଧରେ ମତ ଦେଇଥିବାରୁ ମିଆଁଦାଦ ତାଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ମୁଁ ଭାବୁଛି ସୌରଭ ବୋଧେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ତେଣୁ ସେ କେବଳ ନିଜର ପ୍ରଚାର ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି।”



from Odisha Reporter https://ift.tt/2Eo45JE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages