ଇଂଲଣ୍ଡକୁ ପ୍ରଥମ ଦିନିକିଆରେ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଇଂଲଣ୍ଡକୁ ପ୍ରଥମ ଦିନିକିଆରେ ହରାଇଲା ଭାରତ

ମୁମ୍ବାଇ: ଏକତା ବିଷ୍ଟଙ୍କ ଘାତକ ବୋଲିଂ ଓ ଟିମ୍‌ର ମିଳିତ ବ୍ୟାଟିଂ ଉଦ୍ୟମ ବଳରେ ଭାରତୀୟ ମହିଳା ଦଳ ଭ୍ରମଣକାରୀ ଇଂଲଣ୍ଡକୁ ପ୍ରଥମ ଦିନିକିଆରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦୨ ରନ୍‌ କରିଥିବା ବେଳେ ଇଂଲଣ୍ଡ ମହିଳା ଦଳ ମାତ୍ର ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଫଳରେ ମିତାଲି ରାଜଙ୍କ ଟିମ୍‌ ଇଣ୍ଡିଆ ୬୬ ରନ୍‌ରେ ବିଜୟ ହାସଲ କରିଛି। ଏଥିସହ ୩ଟିକିଆ ଦିନିକିଆ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ୧-୦ରେ ଆଗୁଆ ହୋଇଯାଇଛି।

ମ୍ୟାଚ୍‌ରେ ୪ଟି ୱିକେଟ୍‌ ନେଇଥିବା ଏକତା ବିଷ୍ଟଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ମହିଳା ଦଳ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗ୍ସ ପ୍ରଥମ ୱିକେଟ୍‌ ପାଇଁ ୬୯ ରନ୍‌ ଯୋଡ଼ିଥିଲେ। ତେବେ ମନ୍ଧାନା ୨୪ ରନ୍‌ କରି ଆଉଟ୍‌ ହେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମନ୍ଧାନାଙ୍କ ପରେ ଦୀପ୍ତ ଶର୍ମା ୭ ଓ ଜେମିମା ୪୮ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ।

ପରେ ହାରଲେନ୍‌ ଦେଓଲ ୨, ମୋନା ମେହେର୍ଶମ ଶୁନରେ ଆଉଟ୍‌ ହୋଇ ଯାଇଥିଲେ। କିନ୍ତୁ ଅଧିନାୟକ ମିତାଲି ରାଜ ଓ ତାନିୟା ଭାଟିଆ କିଛି ସମୟ ପାଇଁ ବ୍ୟାଟିଂ ଲାଇନ୍‌ ଅପ୍‌କୁ ସମ୍ଭାଳିଥିଲେ। ଭାଟିଆ ୨୫ ରନ୍‌ କରିଥିବା ବେଳେ ମିତାଲି ୪୪ ରନ୍‌ର ଇନିଂସ୍‌ ଖେଳିଥିଲେ। ଶେଷ ଭାଗରେ ଝୁଲନ ଗୋସ୍ୱାମୀ ୩୦ ରନ୍‌ କରିବାରୁ ଦଳ ୨୦୦ ରନ୍‌ ପାର କରିଥିଲା। ଶେଷ ବ୍ୟାଟସ୍‌ଓମ୍ୟାନ୍‌ ଭାବେ ଝୁଲନ ଆଉଟ୍‌ ହୋଇଥିଲେ।

ଭାରତ ଦେଇଥିବା ୨୦୩ ରନ୍‌ର ଟାର୍ଗେଟ ପିଛା କରୁଥିବା ଇଂଲଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏମି ଜୋନ୍ସ ମାତ୍ର ଏକ ରନ୍‌ କରି ଶିକ୍ଷା ପାଣ୍ଡେଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ତମସିନ ବ୍ୟୁମୋଣ୍ଟ(୧୮)ଙ୍କୁ ଦୀପ୍ତ ଶର୍ମା ଆଉଟ୍‌ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ମଧ୍ୟକ୍ରମ ବ୍ୟାଟିଂ ଲାଇନ୍‌ ଅପ୍‌କୁ ଏକତା ବିଷ୍ଟ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ।

ଇଂଲଣ୍ଡ ଅଧିନାୟକ ହେଥର ନାଇଟ୍‌ ଶେଷ ପର୍ଯ୍ୟନ୍ତ ୩୯ ରନ୍‌ କରି ଅପରାଜିତ ଥିଲେ ହେଁ ଦଳକୁ ଜିତାଇ ପାରି ନଥିଲେ। ଇଂଲଣ୍ଡ ମହିଳା ଦଳ ୪୧ ଓଭର୍‌ରେ ୧୩୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳର ୭ ଜଣ ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ସେହିପରି ଶେଷ ୩ ଜଣ ଖେଳାଳି ଖାତା ଖୋଲି ପାରିନଥିଲେ।

ଦ୍ୱିତୀୟ ଦିନିକିଆ ଆସନ୍ତା ୨୫ ତାରିଖରେ ଖେଳାଯିବ।



from Odisha Reporter https://ift.tt/2Iyf5bE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages