ଡକାୟତଙ୍କୁ ଛେଚିବା ପରେ ବାନ୍ଧି ପକାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଡକାୟତଙ୍କୁ ଛେଚିବା ପରେ ବାନ୍ଧି ପକାଇଲେ

ratan

ଜଳେଶ୍ୱର (ଅଜିତ୍‌ ଦାସ): ଧରାପଡ଼ିଲା ଦୁର୍ଦ୍ଦାନ୍ତ ଡକାୟତ ରତନ ଦାସ ଓରଫ ଜଗା। ତା’ସହ ଜଣେ ସହଯୋଗୀ ମଧ୍ୟ ଧରା ପଡ଼ିଛି। ସ୍ଥାନୀୟ ଲୋକେ ତାକୁ ଧରିବା ସହ ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଛନ୍ତି। ଏହାପରେ ପୁଲିସ୍‌ ଜିମା ଦେଇଛନ୍ତି। ଘଟଣାଟି ବାଲେଶ୍ୱର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।

ଗତରାତିରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଆମ୍ୱଳିଅଠା ଛକଠାରେ ରତନ ଓ ତାର ସହଯୋଗୀ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ସାମାନ୍ୟ ବଚସାରୁ ମରଣାତ୍ମକ ଆକ୍ରମଣ କରିଥିଲେ। ଯୁବକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ଦୁଇ ଅପରାଧୀଙ୍କୁ  କାବୁ କରି ନିସ୍ତୁକ ମାଡ଼ିଥିଲେ।

ଏନେଇ ଜଳେଶ୍ୱର ପୁଲିସ୍‌କୁ ଲୋକେ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ଅଟକ ରଖି ଘଟଣାର ତଦନ୍ତ କରୁଛି।

ପୁଲିସ୍ ରତନ ପାଖରୁ ଗୋଟିଏ ଚୋରା ପିସ୍ତଲ ଜବତ କରିଛି।

ରତନ ଗତବର୍ଷ ଏକ ଡାକାୟତି ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲା। ଗତ ୩ ମାସ ହେବ ସେ ଘରକୁ ଫେରିଥିଲା।



from Odisha Reporter http://bit.ly/2UUJvX3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages