ଲୋକପ୍ରିୟ ଅଭିନେତା ମହେଶ୍‌ ଆନନ୍ଦଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଲୋକପ୍ରିୟ ଅଭିନେତା ମହେଶ୍‌ ଆନନ୍ଦଙ୍କ ପରଲୋକ

mahesh

ମୁମ୍ବାଇ: ବଲିଉଡ୍‌ରେ ଘଟିଛି ଆଉ ଏକ ଦୁଃଖଦ ଘଟଣା। ୮୦ ଓ ୯୦ ଦଶକରେ ବଲିଉଡ୍‌ ଫିଲ୍ମରେ ନେଗେଟିଭ୍‌ ରୋଲ୍‌ରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ମହେଶ୍‌ ଆନନ୍ଦଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା।

ଏବେ ପର୍ଯ୍ୟନ୍ତ ବି ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଟାଇମ୍ସ ନାଓର ରିପୋର୍ଟ ମୁତାବକ ମହେଶ୍‌ଙ୍କ ମର ଶରୀର ବର୍ସୋଭାରେ ନିଜ ଘରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌କୁ ପଠାଇଯାଇଛି।

ତାଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା ରଙ୍ଗିଲା ରାଜା। ଏହି ଫିଲ୍ମରେ ଗୋବିନ୍ଦା ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଫିଲ୍ମଟି ଜାନୁଆରୀ ୧୮ରେ ରିଲିଜ୍‌ ହୋଇଥିଲା।

ଗୋଟିଏ ସମୟରେ ବଲିଉଡ୍‌ରେ ନିଜ ଅଭିନୟର ଯାଦୁରେ ସେ ଖୁବ୍‌ ଲୋକପ୍ରିୟତା ହାସଲ୍‌ କରିଥିଲେ। ମହେଶ୍‌ ବଲିଉଡ୍‌ରେ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। କରୁକ୍ଷେତ୍ର, କୁଲି ନଂ୧, ସ୍ୱର୍ଗ, ବିଜେତା ଓ ସେହେନ୍‌ସାହ ଭଳି ଅନେକ ହିଟ୍‌ ଫିଲ୍ମରେ କାମ କରିଥିବା ମହେଶ୍‌ ସେ ସଞ୍ଜୟ ଦତ୍ତ, ଗୋବିନ୍ଦା, ଅମିତାଭ୍‌ ବଚ୍ଚନ, ସନ୍ନି ଦେଓଲ ଓ ଧର୍ମେନ୍ଦ୍ର ଭଳି କଳାକାରଙ୍କ ସହ କାମ କରି ସାରିଛନ୍ତି।


ରିପୋର୍ଟ୍‌ ମୁତାବକ ମହେଶ୍‌ ଆର୍ଥିକ ଦୁସ୍ଥିତି ଦେଇ ଗତି କରି ସାରିଛନ୍ତି।

ନିକଟରେ ସିନେସ୍ଥାନ ୱେବ୍‌ ସାଇଟ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ମହେଶ୍‌ କହିଥିଲେ,୧୮ ବର୍ଷ ପର୍ଯ୍ୟନ୍ତ ମୋ ପାଖରେ କୌଣସି ଫିଲ୍ମ ନ ଥିଲା। ମୋତେ କେହିବି ସାଇନ୍‌ କରୁ ନ ଥିଲେ। ମୁଁ ଏକୁଟିଆ ରହୁଥିଲି। ନା ମୋ ପାଖରେ ଥିଲା କାମ ନା ଟଙ୍କା। ଟଙ୍କା ପାଇଁ ରେସ୍‌ଲିଂ କରିବାକୁ ପଡ଼ୁଥିଲା। ନିଜ ଶେଷ ଫିଲ୍ମ ‘ରଙ୍ଗିଲା ରାଜା’ ରିଲିଜ୍‌ ହେବା ଅବସରରେ ସେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ୍‌ ଶେଆର କରିଥିଲେ। ସେ ନିଜ ପୋଷ୍ଟ୍‌ର ଲେଖିଥିଲେ, ‘‘ମୁଁ ଖୁସି ଅଛି ଯେ, ୧୮ ବର୍ଷ ପରେ ମୋ ଫିଲ୍ମ ରିଲିଜ୍‌ ହେଉଛି। ଫିଲ୍ମରେ ମୁଁ ୬ ମିନିଟ୍‌ ପାଇଁ ଥିଲେ ବି ଆଶା କରୁଛି ଆପଣ ସମସ୍ତେ ମୋତେ ସ୍ୱାଗତ କରିବେ।’’



from Odisha Reporter http://bit.ly/2BrilzK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages