ଇଡି ଜେରାର ସମ୍ମୁଖୀନ ହେବେ ରବର୍ଟ ଭଦ୍ରାଙ୍କ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଇଡି ଜେରାର ସମ୍ମୁଖୀନ ହେବେ ରବର୍ଟ ଭଦ୍ରାଙ୍କ ମା’

ଜୟପୁର: ଗାନ୍ଧି ପରିବାର ଓ ଭଦ୍ରା ପରିବାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଦେଶରେ ବେଆଇନ୍‌ ଭାବେ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଜେରା କରି ସାରିଛି। ଏବେ ଆଉ ଏକ ମନିଲଣ୍ଡରିଂ ମାମଲାରେ ଇଡି ଶ୍ରୀ ଭଦ୍ରା ଏବଂ ତାଙ୍କ ମା’ଙ୍କୁ ଜେରା କରିବ।

ଏନେଇ ଉଭୟଙ୍କୁ ଆସନ୍ତାକାଲି ରାଜସ୍ଥାନର ଜୟପୁର ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିବାକୁ ନୋଟିସ୍‌ ଦିଆଯାଇଛି। ଏହି ନୋଟିସ୍‌ ପରେ ଆଜି ଭଦ୍ରା ଏବଂ ତାଙ୍କ ମା’ ଜୟପୁର ବିମାନବନ୍ଦରରେ ପହଞ୍ଚିଛନ୍ତି। ଆସନ୍ତାକାଲି ଉଭୟ ଇଡି ଅଫିସରେ ପହଞ୍ଚିବେ।

ରାଜସ୍ଥାନରେ ଏକ ଜମି ଖରିଦଦାରୀକୁ ନେଇ ଇଡି ଏଭଳି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ଇଡି ଶ୍ରୀ ଭଦ୍ରାଙ୍କ ମା’ଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିବା ଆବେଦନ କରିଥିଲା। ୨୦୧୫ରେ ରାଜସ୍ଥାନ ପୁଲିସ୍‌ ରୁଜୁ କରିଥିବା ଏକାଧିକ ଏଫ୍‌ଆଇଆର ଆଧାରରେ ଇଡି ମନିଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2GCjKXj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages