ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଝୁଲାଇ ଦେଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଝୁଲାଇ ଦେଲେ !

ଖୋର୍ଦ୍ଧା (ବଳରାମ ଲେଙ୍କା): ବରଗଡ଼ରେ ଜଣେ ନାବାଳିକାଙ୍କୁ ଜଣେ ପୁଲିସ୍ ଏଏସ୍‌ଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ଆଜି ଆଉଏକ ନୃଶଂସ କାଣ୍ଡ ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ଘଟିଥିବା ଦେଖିବାକୁ ମିଳିଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଘର ଭିତରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି।

ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନା ଅଞ୍ଚଳର ରେଶ୍‌ମା (ଛଦ୍ମନାମ) ନବମ ଶ୍ରେଣୀରେ ପଢୁଥିଲେ। ଆଜି ରେଶ୍‌ମା ସ୍କୁଲ ନଯାଇ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ତାଙ୍କ ପଡ଼ୋଶୀଙ୍କ ଘରେ ଭଡ଼ାରେ ରହୁଥିବା ଶରଧାପୁର ଗାଁର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ପରେ ମାରି ଝୁଲାଇ ଦେଇଥିବା ରେଶ୍‌ମାଙ୍କ ମାଆ ଅଭିଯୋଗ କରିଛନ୍ତି। ପୋଲିସ୍‌କୁ ସେ ଯୁବକଙ୍କ ନାଁ ମଧ୍ୟ କହିଛନ୍ତି।

ରେଶ୍‌ମାଙ୍କ ମାଆ ଅଙ୍ଗନବାଡ଼ିରେ ସହାୟିକା ଭାବେ କାମ କରନ୍ତି। ଆଜି ସେ ଅଙ୍ଗନବାଡ଼ିରୁ କାମ ସାରି ଫେରିଲା ବେଳେ ଦେଖିଲେ ଯେ ଉକ୍ତ ଯୁବକ ଜଣକ ତାଙ୍କ ଘରୁ ତର୍‌ବର୍‌ ହୋଇ ବାହାରି ଚାଲି ଯାଉଛନ୍ତି। ଏହାପରେ ସେ ଘରେ ପହଞ୍ଚି ଦେଖିବାକୁ ପାଇଲେ ଯେ ଝିଅର ଶବ ଝୁଲୁଥିଲା। ତେଣୁ ସେହି ଯୁବକ ହିଁ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରି ଝୁଲାଇ ଦେଇଥିବା ରେଶ୍‌ମାଙ୍କ ମାଆ ଅଭିଯୋଗ କରିଛନ୍ତି। ଘଟଣା ପରଠାରୁ ଉକ୍ତ ଯୁବକ ଫେରାର ଅଛନ୍ତି। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2teXElX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages