‘ସେପ୍ଟେମ୍ବରରୁ ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନିଷ୍ପତ୍ତି ଓଡ଼ିଶାକୁ ଜଣାଇ ଦିଆ ଯାଇଥିଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

‘ସେପ୍ଟେମ୍ବରରୁ ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନିଷ୍ପତ୍ତି ଓଡ଼ିଶାକୁ ଜଣାଇ ଦିଆ ଯାଇଥିଲା’

manekagandhi

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦେଶର ଓଡ଼ିଶା ସମେତ ସବୁ ରାଜ୍ୟରେ ଅଙ୍ଗନୱାଡି ସେବା ଅଧୀନରେ କାମ କରୁଥିବା ଅଙ୍ଗନୱାଡି କର୍ମୀ ଏବଂ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧିକୁ ୧ ଅକ୍ଟୋବର ୨୦୧୮ରୁ କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଗତ ବର୍ଷ ୨୦ ସେପ୍ଟେମ୍ବରରେ ସବୁ ରାଜ୍ୟକୁ ପତ୍ର ମାଧ୍ୟମରେ ଏବିଷୟରେ ଅବଗତ କରାଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଗତ ୨୫ ଜାନୁଆରୀରେ ଲେଖା ଯାଇଥିବା ପତ୍ରର ଉତ୍ତରରେ ଶ୍ରୀମତୀ ଗାନ୍ଧୀ ଏହି ସୂଚନା ଦେଇଛନ୍ତି।

ଶ୍ରୀମତୀ ଗାନ୍ଧି ଏହି ପତ୍ରରେ ଆହୁରି କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ବର୍ଦ୍ଧିତ ପାରିଶ୍ରମିକ ବାବଦକୁ ତୃତୀୟ ଏବଂ ଚତୁର୍ଥ କ୍ୱାର୍ଟର ପାଇଁ କେନ୍ଦ୍ର ସରକାରଙ୍କ ଅଂଶ ବାବଦରେ ଓଡ଼ିଶାକୁ ୧୬୬୯୪.୩୮ ଲକ୍ଷ ବା ପ୍ରାୟ ୧୬୭ କୋଟି ଟଙ୍କା ଜାରି କରାଯାଇଛି। ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା ଅଙ୍ଗନୱାଡି ପଦବୀ ଗୁଡିକୁ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ବାରମ୍ବାର ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରୁଛନ୍ତି। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଏ ସମ୍ପର୍କରେ କ୍ଷମତା ଦେବାକୁ ମଧ୍ୟ ଅନୁରୋଧ କରା ଯାଇଥିବା ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।



from Odisha Reporter http://bit.ly/2I4SyCX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages