ଶେଷ ଟି୨୦ରେ ୨୧୩ ରନ୍‌ର ଟାର୍ଗେଟ୍, ଭାରତ ୧୬୦/୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଶେଷ ଟି୨୦ରେ ୨୧୩ ରନ୍‌ର ଟାର୍ଗେଟ୍, ଭାରତ ୧୬୦/୬

ହାମିଲଟନ୍:ଆଜିର ମ୍ୟାଚ୍ ଜିତି ନ୍ୟୁଜିଲ୍ୟାଣ୍ଡ ମାଟିର ପ୍ରଥମ ଟି୨୦ ସିରିଜ୍ ବିଜୟର ଇତିହାସ ରଚିବା ଲକ୍ଷ୍ୟରେ ଖେଳୁଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ। ଆଜି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୨୧୩ ରନ୍‌ର ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଶେଷ ଖବର ସୁଦ୍ଧା ଭାରତ ୧୬ ଓଭରରେ ୬ ୱିକେଟ୍ ହରାଇ ୧୬୦ରନ୍ କରିଛି।

ଟି୨୦ ସିରିଜ୍ ବିଜୟ ବିଶ୍ୱକପ୍ ପୂର୍ବରୁ ଦଳର ଆତ୍ମବଳ ବଢ଼ାଇବ। କାରଣ ଗତ ୩ ମାସ ଧରି ଭାରତୀୟ କ୍ରିକେଟ୍ ଦଳର ପ୍ରଦର୍ଶନ, ବିଶେଷ କରି ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ବିଜୟ ଭାରତୀୟ ଦଳକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳର ମାନ୍ୟତା ଦେଇସାରିଛି। ତେଣୁ ଟିମ୍ ଇଣ୍ଡିଆ ବିଜୟ ପାଇଁ ପୂରା ଦମ୍ରେ ଲାଗିଥିବା ଦେଖାଯାଇଛି।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡର କଲିନ୍ ମନ୍ରୋ ସର୍ବାଧିକ ୭୨ ରନ୍ କରିଥିବାବେଳେ ଟିମ୍ ସିଫର୍ଟ ୪୩ ରନ୍ ଏବଂ କଲିନ୍ ଡି ଗ୍ରାଣ୍ଡହୋମ୍ ୩୦ ରନ୍ କରିଥିଲେ। ବୋଲିଂରେ କୁଲଦୀପ ଯାଦବ ୨ଟି ୱିକେଟ୍ ହାତେଇଥିଲେ ଏବଂ ଭୁବନେଶ୍ୱର କୁମାର ଓ ଖଲିଲ ଅହମ୍ମଦଙ୍କୁ ଗୋଟିଏ ଲେଖାଏ ୱିକେଟ୍ ମିଳିଥିଲା।

ସେହିଭଳି ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୨୧୩ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଭାରତର ବିଜୟ ଶଙ୍କର ସର୍ବାଧିକ ୪୩ ରନ୍ କରିପାରିଥିବାବେଳେ ରୋହିତ ଶର୍ମା ୩୮ ଓ ରିଷଭ ପନ୍ତ ବିସ୍ଫୋରକ ୨୮ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୧ ରନ୍ କରି ଆଉଟ ହୋଇଯାଇଥିବା ବେଳେ ଧୋନି ୨ ରନ୍ କରି ବିଦାୟ ନେଇଛନ୍ତି। ବର୍ତ୍ତମାନ ବ୍ୟାଟିଂ କରିବାକୁ ଆସିଥିବା କୃନାଲ ପାଣ୍ଡ୍ୟାଙ୍କ ସହିତ ଦିନେଶ କାର୍ତ୍ତିକ ୧୬ ରନ୍‌ କରି ଅପରାଜିତ ଅଛନ୍ତି।



from Odisha Reporter http://bit.ly/2Sohuu9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages