କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଦର୍ଭ ହେଲା ରଣଜୀ ଚାମ୍ପିୟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଦର୍ଭ ହେଲା ରଣଜୀ ଚାମ୍ପିୟନ

ନୂଆଦିଲ୍ଲୀ: ଚଳିତ ରଣଜୀ ସିଜିନ୍‌ର ଚାମ୍ପିୟନ ହୋଇଛି ବିଦର୍ଭ। ଫାଇନାଲ୍‌ ମୁକାବିଲାରେ ବିଦର୍ଭ ପ୍ରତିପକ୍ଷ ସୌରାଷ୍ଟ୍ରକୁ ୭୮ ରନ୍‌ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ରଣଜୀ ଚାମ୍ପିୟନ ହୋଇଛି।

ନାଗପୁରର ବିଦର୍ଭ କ୍ରିକେଟ ସଂଘ ଷ୍ଟାଡିୟମରେ ମ୍ୟାଚ୍‌ ଖେଳୁଥିବା ବିଦର୍ଭ ଶେଷ ଦିନରେ ବିଜୟ ପାଇଁ ୫ଟି ୱିକେଟ ଆବଶ୍ୟକ କରୁଥିଲା। ସେହିପରି ସୌରାଷ୍ଟ୍ର ବିଜୟଠାରୁ ୧୪୮ ରନ୍‌ ଦୂରରେ ରହିଥିଲା। ଗତବାଲି ସୌରାଷ୍ଟ୍ର ୫ ୱିକେଟ୍‌ ହରାଇ ମାତ୍ର ୫୮ ରନ୍‌ କରିଥିଲା। ଆଜି ପୂରା ଟିମ୍‌ ୧୨୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ସୌରାଷ୍ଟ୍ରର ଗତକାଲିର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ବିଶ୍ୱରାଜ ଜାଡେଜା(୫୨) ଓ କମଲେଶ ମାକୱାନା(୧୪) ଆଜି ପ୍ରଥମ ଏକ ଘଣ୍ଟା ବ୍ୟାଟିଂ କରିଥିଲେ। ତେବେ ଏହି ଭାଗୀଦାରି ଭାଙ୍ଗିବା ପରେ ସୌରାଷ୍ଟ୍ର ଗୋଟିଏ ପରେ ଗୋଟିଏ ୱିକେଟ୍‌ ହରାଇ ଚାଲିଥିଲା। ବିଦର୍ଭ ପକ୍ଷରୁ ଆଦିତ୍ୟ ସରୱାତେ ଆଜି ସୌରାଷ୍ଟ୍ରର ୩ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ଆଉଟ୍‌ କରିଥିଲେ।

ସେ ଦ୍ୱିତୀୟ ଇନିଂସ୍‌ରେ ସମୁଦାୟ ୬ଟି ୱିକେଟ୍‌ ନେଇଛନ୍ତି। ସେହିପରି ପୂରା ମ୍ୟାଚ୍‌ରେ ସେ ୧୧ଟି ୱିକେଟ୍‌ ପାଇ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହୋଇଛନ୍ତି। ଆଦିତ୍ୟ ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରରେ ପ୍ରଥମଥର ପାଇଁ କୌଣସି ମ୍ୟାଚ୍‌ରେ ୧୦ଟି ୱିକେଟ୍‌ ନେବାର ରେକର୍ଡ କରିଛନ୍ତି।

ସୌରାଷ୍ଟ୍ର ପକ୍ଷରୁ ଅନ୍ତର୍ଜାତୀୟ ତାରକା ଚେତେଶ୍ୱର ପୂଜାରା ଖେଳୁଥିଲେ ହେଁ ପ୍ରଥମ ଇନିଂସରେ ୧ ଓ ଦ୍ୱିତୀୟ ଇନିଂସରେ ଶୂନରେ ଆଉଟ୍‌ ହୋଇଥିଲେ।

ଏଫୱାଇ ଫଜଲଙ୍କ ବିଦର୍ଭ ତା’ର ପ୍ରଥମ ଇନିଂସ୍‌ରେ ୩୧୨ କରିଥିବା ବେଳେ ଏହାର ଜବାବରେ ଜୟଦେବ ଉନାଡକତ୍‌ଙ୍କ ସୌରାଷ୍ଟ୍ର ୩୦୭ ରନ୍‌ କରିଥିଲା। ଫଳରେ ବିର୍ଦ୍ଦଭ ଗୁରୁତ୍ୱପୂର୍ଣ୍ଣ ୫ ରନ୍‌ର ଅଗ୍ରଣୀ ପାଇଥିଲା।

ଦ୍ୱିତୀୟ ଇନିଂସରେ ବିଦର୍ଭ ୨୦୦ ରନ୍‌ରେ ଅଲଆଉଟ୍‌ ହୋଇଯିବାରୁ ବିଦର୍ଭ ୨୦୦ ରନ୍‌ରେ ଅଲଆଉଟ୍‌ ହୋଇଯିବାରୁ ସୌରାଷ୍ଟ୍ରକୁ ୨୦୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ସୌରାଷ୍ଟ୍ର ମାତ୍ର ୧୨୭ ରନ୍‌ କରିବାକୁ ସକ୍ଷମ ହୋଇଛି।



from Odisha Reporter http://bit.ly/2RPw4FW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages