
କିଷନଗଞ୍ଜ:ବିହାରର କିଷନଗଞ୍ଜରେଏକ ସ୍ପର୍ଶକାତର ଘଟଣା ଘଟିଛି। ଏଠାରେ ଜଣେ ବାପାଙ୍କୁ ବାନ୍ଧି ତାଙ୍କରି ସାମ୍ନାରେ ୬ ଜଣ ଦୁର୍ବୃତ୍ତ ଝିଅକୁ ଗଣଦୁଷ୍କର୍ମ କରିଛନ୍ତି। ତେବେ ଗଲାବେଳେ ଦୁର୍ବୃତ୍ତମାନେ ଝିଅର ବାପାଙ୍କୁ ଧମକ ଦେଇଯାଇଛନ୍ତି। କହିଛନ୍ତି ଯଦି ଘଟଣା ସମ୍ପର୍କରେ ପୁଲିସରେ ଜଣାନ୍ତି ତେବେ ତାଙ୍କୁ ଜୀବନରୁ ଶେଷ କରିଦେବେ। ଏହି ଘଟଣା ସୋମବାର ରାତିରେ ଘଟିଛି।
ପୀଡ଼ିତାର ପିତା କହିଛନ୍ତି ଯେ, ଗାଁର ୬ ଜଣ ଯୁବକ ବିଳମ୍ବିତ ରାତିରେ ଆସି କବାଟ ଠକ୍ ଠକ୍ କରିଥିଲେ। ପାଣି ପିଇବା ବାହାନାରେ ରାତି ଅଧରେ ଆସି କବାଟ ଖୋଲିବା ପାଇଁ କହିଥିଲେ। ସେ ଭାବିଥିଲେ ବୋଧ ହୁଏ ବାହାରେ କେହି ଜଣେ ଶୋଷିଲା ମଣିଷ ଡାକୁଛନ୍ତି। ତେବେ ସେ କବାଟ ଖୋଲି ଦେଖିବା ବେଳକୁ ସମ୍ପୃକ୍ତ ୬ ଜଣ ଯୁବକ ସେହି ଗାଁର ଥିଲେ। ଏହାପରେ ଯୁବକମାନେ ତାଙ୍କୁ ବାନ୍ଧି ପକାଇଥିଲେ। ଖାଲି ସେତିକି ନୁହେଁ, ତାଙ୍କ ପୁଅକୁ ମଧ୍ୟ ବାନ୍ଧି କିଛି ଦୂରକୁ ନେଇ ଯାଇଥିଲେ। ପରେ ବାପା ଓ ପୁଅଙ୍କ ସାମ୍ନାରେ ସେମାନେ ଝିଅ ସହ ଗଣ ଦୁଷ୍କର୍ମ କରିଥିଲେ।
ଆଉ ଗଲା ବେଳେ ଦୁର୍ବୃତ୍ତମାନେ ଘଟଣା ସମ୍ପର୍କରେ କାହା ପାଖରେ ପ୍ରକାଶ ନକରିବାକୁ ପୀଡ଼ିତାଙ୍କ ପିତାଙ୍କୁ ଧମକ ଦେଇ ଯାଇଥିଲେ। ସେମାନେ ଗଲା ପରେ ପୀଡ଼ିତା ଅତି ମୁମୂର୍ଷୁ ଅବସ୍ଥାରେ ଆସି ବାପ ପୁଅଙ୍କ ହାତରୁ ଦଉଡ଼ି ଖୋଲିଥିଲେ।
ଏନେଇ କିଷନଗଞ୍ଜ ଥାନାରେ ଏକ ମାମଲା ରୁଜୁ ହେବା ସହ ଘଟଣାର ପୁଲିସ ତଦନ୍ତ ଜାରି ରଖିଛି।
ସୌଜନ୍ୟ:ଆଜତକ୍
from Odisha Reporter http://bit.ly/2DdK7j8
No comments:
Post a Comment