ଆୟର୍ଲ୍ୟାଣ୍ଡକୁ ହରାଇ ସିରିଜ୍‌ ଜିତିଲା ମହିଳା ହକି ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ଆୟର୍ଲ୍ୟାଣ୍ଡକୁ ହରାଇ ସିରିଜ୍‌ ଜିତିଲା ମହିଳା ହକି ଟିମ୍‌

ନୂଆଦିଲ୍ଲୀ: ବିଶ୍ୱକପ୍‌ ମହିଳା ହକିରେ ରୌପ୍ୟ ପଦକ ବିଜେତା ଆୟର୍ଲ୍ୟାଣ୍ଡକୁ ଜଳକା କରିଛି ଭାରତୀୟ ମହିଳା ହକି ଟିମ୍‌। ଆୟର୍ଲ୍ୟାଣ୍ଡକୁ ଦ୍ୱିତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ରାଣୀ ରାମପାଲଙ୍କ ଭାରତୀୟ ମହିଳା ଟିମ୍‌ ୩-୦ରେ ଗୋଲରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ସହ ୨ଟିକିଆ ସିରିଜ୍‌କୁ ଟିମ୍‌ ଇଣ୍ଡିଆର ମହିଳା ହକି ଟିମ୍‌ ୧-୦ରେ ଜିତି ନେଇଛି। ପୂର୍ବ ମ୍ୟାଚ୍‌ଟି ୧-୧ରେ ଡ୍ର ରହିଥିଲା।

ଦ୍ୱିତୀୟ ମ୍ୟାଚ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଆୟର୍ଲ୍ୟାଣ୍ଡ ଡିଫେଣ୍ଡରକୁ ଚକମା ଦେଇ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ବାରମ୍ବାର ଆକ୍ରମଣ କରିଥିଲେ। ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ନଭଜୋତ କୌର ଏକ ଚମତ୍କାର ଗୋଲ ସ୍କୋର କରି ଟିମ୍‌ ଇଣ୍ଡିଆକୁ ୧-୦ରେ ଆଗୁଆ କରିଦେଇଥିଲେ।

ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଆୟର୍ଲ୍ୟାଣ୍ଡକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ଭାରତ ଅଟକାଇବାରେ ସକ୍ଷମ ହୋଇଥିଲା। ଏହାପରେ ଦଳ ପାଲଟା ଆକ୍ରମଣ କରି ମ୍ୟାଚ୍‌ର ୨୬ତମ ମିନିଟ୍‌ରେ ଆଉ ଏକ ଗୋଲ ସ୍କୋର କରିଥିଲା। ଓଡ଼ିଶାର ଦୀପ ଗ୍ରେସ ଏକାଙ୍କ ଏକ ଚମତ୍କାର ପାସ୍‌କୁ ରୀନା ଖୋକର ଗୋଲରେ ପରିଣତ କରି ଟିମ୍‌ ଇଣ୍ଡିଆକୁ ୨-୦ରେ ଆଗୁଆ କରିଦେଇଥିଲେ।

ଏହାପରେ ଭାରତ ମ୍ୟାଚ୍‌ ଉପରେ ନିଜର ନିୟନ୍ତ୍ରଣ ରଖିଥିଲା। ଶେଷ କ୍ୱାର୍ଟରରେ ଗୁରଜିତ୍‌ ଆଉ ଏକ ଗୋଲ କରି ଭାରତକୁ ୩-୦ରେ ଆଗୁଆ କରିଦେଇଥିଲେ। ଏହି ଗୋଲ ସହ ଭାରତ ୩-୦ରେ ମ୍ୟାଚ୍‌ ସହ ସିରିଜ୍‌ କବଜା କରିଥିଲା।

ପୂର୍ବରୁ ଟିମ୍‌ ଇଣ୍ଡିଆ ସ୍ପେନ୍‌ ସହ ୪ଟି ମ୍ୟାଚ୍‌ ଖେଳିଥିବା ବେଳେ ଏହି ସିରିଜ୍‌ ଡ୍ର ରହିଥିଲା।



from Odisha Reporter http://bit.ly/2UySFIu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages