
ନୂଆଦିଲ୍ଲୀ: ଆପଣମାନଙ୍କର ମନେ ଥିବ ସେହି ଦମ୍ପତିଙ୍କ କଥା, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଥିବା ଭଲ ପାଇବା ସକାଶେ ପରସ୍ପରକୁ ବିବାହ କରିଥିଲେ, ଆଜି ସେହି ମହିଳା ଅଲ୍ପିକା ପାଣ୍ଡେ ନିଜ ସ୍ୱାମୀ ଜୟଦେବଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହା ବ୍ୟତୀତ ଅଲ୍ପିକା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କ ଫଟୋକୁ ନିଜର ପବ୍ଲିସିଟି ପାଇଁ ବ୍ୟବହାର କରିଛନ୍ତି।
କିଛିଦିନ ପୂର୍ବରୁ ଜୟଦବେ ଟ୍ୱିଟ୍ କରିଥିଲେ, ‘‘ମୁଁ ରାହୁଲ ଗାନ୍ଧିଙ୍କ ଏକ ପୋଷ୍ଟ ଉପରେ କମେଣ୍ଟ କରିଥିଲି, ଯାହାକୁ କି ସେହି ମହିଳା ଜଣକ(ଅଳ୍ପିକା) ଲାଇକ୍ କରିଥିଲେ। ଏହାପରେ ଆମେ କଥାହେଲୁ, ପରସ୍ପରକୁ ଭେଟିଲୁ ଓ ଜାଣିପାରିଲୁ ଯେ ଆମେ ଦୁହେଁ ଆପଣ(ନରେନ୍ଦ୍ର ମୋଦି)ଙ୍କୁ ସପୋର୍ଟ କରୁଛୁ। କାରଣ ଆମେ ଦୁହେଁ ଭାରତ ପାଇଁ ବଞ୍ଚିବାକୁ ଚାହୁଁଛୁ। ତେଣୁ ଆମେ ଏହାକୁ ଏକାଠି କରିବାକୁ ନିଷ୍ପତ୍ତି ନେଇଛୁ।” ଏହି ଫଟୋରେ କପଲ୍ ‘NaMo again!’ ଟି-ସର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା।”
oops! deleted by mistake while I was trying to delete something else pic.twitter.com/nFFNdc2OEh
— જય દવે (@TheJayDave) January 29, 2019
ଏହି ଟ୍ୱିଟ୍ଟି ଖୁବ୍ ଶୀଘ୍ର ଭାଇରାଲ୍ ହୋଇଯାଇଥିଲା। ଏହାକୁ ଅନେକଥର ଶେୟାର ମଧ୍ୟ କରାଯାଇଥିଲା।
ପରେ ଗତ ଡିସେମ୍ବର ୩୧ରେ ଦୁହେଁ ବିବାହ କରିଥିଲେ। ହେଲେ ବିବାହର ମାସେ ପରେ ଏବେ ଅଲ୍ପିକା ଟ୍ୱିଟ୍ କରି ନିଜ ସ୍ୱାମୀ ଓ ଶାଶୁ ଶ୍ୱଶୂରଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି।
ଅଲ୍ପିକା କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଏଭଳି ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି ଯେ, ସେ ଏଥିପାଇଁ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିସାରିଲେଣି। ସେ କହିଛନ୍ତି ଯେ ଶାଶୁଘରେ ତାଙ୍କୁ କୌଣସି ଜିନିଷରେ ସ୍ୱାଧୀନତା ନାହିଁ। ଏମିତି କି ତାଙ୍କୁ ଏକୁଟିଆ ଘରର ବାହାରକୁ ପାଦ କାଢ଼ିବାକୁ ମଧ୍ୟ ଅନୁମତି ନାହିଁ।
I am just 18 years old and he is 29 although his face doesn't reflect so. First of all, he used my image without my knowledge and consent for his own benefit of publicity. He used this as a means to glorify his image in @BJP and social media. @CyberDost
— Alpika Pandey (@AlpikaPandey) February 2, 2019
ଅଳ୍ପିକା ଟ୍ୱିଟରରେ ଲେଖିଛନ୍ତି, ‘ମୋର ତାଙ୍କ ପ୍ରତି ନିଷ୍ଠାରେ ସେ ଏତେ ମାତ୍ରାରେ ସନ୍ଦେହ କରୁଛନ୍ତି ଯେ ଅନେକଥର ମୋତେ ଏ ନେଇ ,ପଷ୍ଟ କରିଛନ୍ତି, ଏମିତି କି ମଁ ବାଥରୁମ୍ରେ ବି ଏତେ ସମୟ କ’ଣ କରେ ତାର ବି କଇଫତ୍ ମାଗନ୍ତି। ମୁଁ ମୋ ଫୋନ୍ରେ କ’ଣ କରେ ସେସବୁ ମୋତେ ତାଙ୍କୁ ଦେଖାଇବାକୁ ପଡ଼େ ନ ହେଲେ ସେ ଫୋନ୍ ଛଡ଼ାଇ ନେଇଯାଆନ୍ତି। ସେ ମୋର ବ୍ୟକ୍ତିଗତ ଜୀବନକୁ ଆଦୌ ସମ୍ମାନ ଦିଅନ୍ତି ନାହିଁ।’
ଅଲ୍ପିକା, ସ୍ୱାମୀ ଜୟ ଦବେଙ୍କ ଉପରେ ବାହାଘର ପାଇଁ ଜୋରଜବରଦସ୍ତ ଚାପ ପକାଇଥିବା ଅଭିଯୋଗ ମଧ୍ୟ କରିଛନ୍ତି। ସୂଚନା ଅନୁୟାୟୀ ଗତ ପେବୃଆରି ୧ରୁ ଅଲ୍ପିକା ତାଙ୍କ ବାପଘରେ ରହୁଛନ୍ତି। ଆଉ ଏବେ ତାଙ୍କ ଶାଶୁ ଘର ଲୋକେ ଟ୍ୱିଟର୍ରୁ ଏହି ପୋଷ୍ଚଟିକୁ ଡିଲିଟ୍ କକରିବାକୁ ଚାପ ପକାଉଛନ୍ତି।
from Odisha Reporter http://bit.ly/2SatYVQ
No comments:
Post a Comment