‘ସିଓଲ୍ ଶାନ୍ତି ପୁରସ୍କାର’ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

‘ସିଓଲ୍ ଶାନ୍ତି ପୁରସ୍କାର’ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର ଦକ୍ଷିଣ କୋରିଆ ଗସ୍ତ କରି ‘ସିଓଲ୍ ଶାନ୍ତି ପୁରସ୍କାର’ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥି ସହିତ ମୋଦି ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନନ୍ ଏବଂ ଜର୍ମାନ୍ ଚାନ୍ସେଲର୍ ଆଞ୍ଜେଲା ମର୍କେଲଙ୍କ ସହିତ ଏହି ସମ୍ମାନର ତାଲିକାରେ ସାମିଲ ହୋଇସାରିଛନ୍ତି। ଏହି ପୁରସ୍କାର ବାବଦକୁ ମିଳିଥିବା ୨ ଲକ୍ଷ ଡଲାର ସେ ନମାମି ଗଙ୍ଗେ ପ୍ରକଳ୍ପ ପ୍ରତି ସମର୍ପଣ କରିବେ ବୋଲି ଜଣାଯାଇଛି।

ସେ ଏହି ଅବସରରେ କହିଥିଲେ, ଏହି ପୁରସ୍କାର ତାଙ୍କର ବ୍ୟକ୍ତିଗତ ନୁହେଁ ଏହି ଶ୍ରେୟ ଭାରତର। ଗତ ପାଞ୍ଚ ବର୍ଷରେ ଭାରତରେ ଲକ୍ଷ ଲକ୍ଷ ଲୋକଙ୍କୁ କୁଶଳୀ କରିବା ପାଇଁ ତାଲିମ ଦିଆଯିବାରେ ଦେଶ ଯେଉଁ ସଫଳତା ହାସଲ କରିଛି, ତାହାହିଁ ଏହି ସଫଳତା ପଛର କାରଣ।

ମୋଦି ଏହି ଅବସରରେ ଆତଙ୍କବାଦ ଏବଂ ଉଗ୍ରବାଦ ବାବଦରେ କହିଥିଲେ, ଏହା ବର୍ତ୍ତମାନ ବିଶ୍ୱସ୍ତରରେ ପହଞ୍ଚିଛି ଏବଂ ବିଶ୍ୱଶାନ୍ତି ପାଇଁ ଏହା ବିପଜ୍ଜନକ। କୋରିଆ ପରି ଭାରତ ମଧ୍ୟ ସୀମାପାର ଆତଙ୍କବାଦକୁ ଭୋଗୁଛି। ଆମର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ପ୍ରୟାସରେ ସୀମାପାର ଆତଙ୍କବାଦ ବାବଦା ସାଜିଛି। ଭାରତ ଏହି ସମସ୍ୟାକୁ ଗତ ୪୦ ବର୍ଷ ଧରି ଭୋଗିଆସୁଛି। କିନ୍ତୁ ଏବେ ସମସ୍ତ ଦେଶ ଏହି ସମସ୍ୟାକୁ ସାମ୍ନା କରୁଛନ୍ତି।



from Odisha Reporter https://ift.tt/2GCBJOh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages