
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁଲୱାମାଠାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ନିକଟରୁ ଚାରିଆଡ଼ୁ ସହାୟତାରେ ସୁଅ ଛୁଟୁଛି। ତେବେ ରାଜସ୍ଥାନରୁ ଏମିତି ଜଣେ ମହିଳା ସହାୟତାର ହାତ ବଢ଼ାଇଛନ୍ତି ଯାହାଙ୍କ ବିଷୟରେ ଶୁଣିଲେ ଆଖିରେ ଲୁହ ଆସିଯିବ। ସେ ହେଉଛନ୍ତି ରାଜସ୍ଥାନର ଆଜମେରରେ ଭିକ୍ଷା ବୃତ୍ତି କରି ଚଳୁଥିବା ଜଣେ ମହିଳା। ଆଉ ସେହି ମହିଳା ସହିଦଙ୍କ ପରିବାର ପାଇଁ ୬ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି।
ଏହି ମହିଳା ଜଣଙ୍କ ନିଜେ ଚଳିବା ପାଇଁ ସବୁଦିନ ମନ୍ଦିରରେ ବାହାରେ ବସି ଭିକ୍ଷାବୃତ୍ତି କରିଥାନ୍ତି। ଭିକ୍ଷାବୃତ୍ତି କରି ଯେଉଁ ଟଙ୍କା ସେ ଏକାଠି କରିଥିଲେ ତାଙ୍କର ସଞ୍ଚିତ ଧନକୁ ସେ ସହିଦଙ୍କ ପରିବାରକୁ ଦେଇଦେଇଛନ୍ତି।
ସେହିପରି ରିଲାଏନ୍ସ ଫାଉଣ୍ଡେସନ୍ ଓ ମୋରାରୀ ବାପୁ ସମେତ ଅନେକ ଲୋକ ସହିଦଙ୍କ ପରିବାର ଲୋକଙ୍କୁ ସହୟତା କରିଛନ୍ତି। ବିହାରର ଶେଖପୁର ଡିଏମ୍ ଇନାୟତ୍ ଖାନ୍ ଦୁଇ ଜଣ ଯବାନଙ୍କ ଝିଅଙ୍କୁ ପୋଷ୍ୟ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆମେରିକାରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ବିବେକ ପଟେଲ ୬ କୋଟି ଟଙ୍କା ଦେଇଛନ୍ତି।
ଅନ୍ୟପକ୍ଷରେ ଜଣେ ଡାକୁ ସୀମାରେ ଯାଇ ପାକିସ୍ତାନରେ ଲଢ଼ିବାପାଇଁ ସରକାର ଅନୁମତି ଦିଅନ୍ତୁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ସେ ତାଙ୍କ ଡାକୁ ସାଥୀମାନେ ମଲେ ସେମାନେ ନିଜେ ଦାୟୀ ରହିବେ ବୋଲି ଲେଖିଦେବେ।
from Odisha Reporter https://ift.tt/2Nk5aVJ
No comments:
Post a Comment