
ଆନନ୍ଦପୁର (ମୁନା ସିଂ): କଂକ୍ରିଟ ମିକ୍ସର ମେସିନ୍ରେ ହାତ ପଶି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ହେଲେ କାମ କରୁଥିବା ଠିକାଦର ଏ ସମ୍ପର୍କରେ ପୁଲିସ୍କୁ ଜଣାଇବା ବଦଳରେ ଶ୍ରମିକଙ୍କ ମୃତଦେହ ଗାଏବ କରିଦେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କଣ୍ଟିପାଳ ଦେହୁରୀ ସାହିରେ ଏପରି ଘଟଣା ଘଟିଛି। ମୃତ ଶ୍ରମିକ ବନ୍ତ ଅଞ୍ଚଳର ବୋଲି ଜଣାପଡିଛି।
ଦେହୁରୀ ସାହିରେ ହେଉଥିବା ରାସ୍ତା କାମରେ ବନ୍ତ ଅଞ୍ଚଳର ଶ୍ରମିକ ଜଣଙ୍କ ନିୟୋଜିତ ହୋଇଥିଲେ। କାମ କରିବା ବେଳେ ଅସାବଧାନତା ବଶତଃ ତାଙ୍କ ବାମ ହାତ ମିକ୍ସର ମେସିନ୍ରେ ପଶି ଯାଇଥିଲା। ଫଳରେ ହାତଟି ସମ୍ପୂର୍ଣ୍ଣ ଛିଡ଼ି ଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ହେଲେ ଠିକାଦାର, ଯନ୍ତ୍ରୀଙ୍କ ସହ ମିଶି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।
from Odisha Reporter http://bit.ly/2IbkbdR
No comments:
Post a Comment