
ରାଞ୍ଚି: ଭାରତକୁ ଦିନିକିଆ ଓ ଟି-୨୦ ବିଶ୍ୱକପ୍ ଭେଟି ଦେଇଥିବା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ଏବେ ରାଞ୍ଚି ସ୍ଥିତ ଜେଏସ୍ସିଏ ଷ୍ଟାଡିୟମର ଏକ ପ୍ୟାଭିଲିୟନକୁ ନାମିତ କରାଯାଇଛି। ଜେଏସ୍ସିଏର ସାଉଥ୍ ପ୍ୟାଭିଲିୟନ୍ଟି ଧୋନିଙ୍କ ନାଁରେ ପରିଚିତ ହେବ।
ଏଥିସହ ସାଉଥ ବ୍ଲକରେ ଥିବା ଗେଟ୍ର ନାଁକୁ ମଧ୍ୟ ଧୋନିଙ୍କ ନାଁରେ ନାମିତ କରାଯାଇଛି। ଜେଏସ୍ସିଏ ପକ୍ଷରୁ ଧୋନିଙ୍କ ସମ୍ମାନାର୍ଥେ ଏଭଳି କରାଯାଇଛି। ଭାରତୀୟ କ୍ରିକେଟ ପ୍ରତି ଧୋନିଙ୍କ ଅବଦାନ ଐତିହାସିକ ରହିଛି। ଭାରତକୁ ଦୁଇ ଦୁଇଟି ବିଶ୍ୱକପ୍ ଦେଇଥିବା ଧୋନି ଜଣେ ମହାନ କ୍ରିକେଟ୍ର। ତେଣୁ ତାଙ୍କୁ ନାଁରେ ଷ୍ଟାଡିୟମରେ ଏକ ପ୍ୟାଭିଲିୟନ ବ୍ୟବସ୍ଥା କରାଯାଇଥିବା ଜେଏସ୍ସିଏ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2X2Pnzp
No comments:
Post a Comment