ପ୍ରତାରଣା ନିଆଁରେ ଜଳୁଥିବା ଏମାନେ ବି ଜଣେ ଜଣେ ପ୍ରେମିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ପ୍ରତାରଣା ନିଆଁରେ ଜଳୁଥିବା ଏମାନେ ବି ଜଣେ ଜଣେ ପ୍ରେମିକା

ଆଜି ହେଉଛି ଭ୍ୟାଲେଣ୍ଟାଇନ୍‌ ଡେ ବା ପ୍ରେମ ଦିବସ। ପ୍ରେମ ପାଇଁ ଦିନଟିଏ । କିଏ ଏହି ପ୍ରେମ ପାଇ ଆଜି ସୁଖରେ ପହଁରୁଛି ତ କିଏ ପୁଣି ଆଜି ପ୍ରେମ ପାଇଁ ତିଳ ତିଳ ହୋଇ ଜାଳୁଛି ନିଜକୁ। ସେମିତି କିଛି ଅଙ୍ଗେନିଭା କାହାଣୀ ପାଇଛି ଓଡ଼ିଶା ରିପୋର୍ଟର। ଆସନ୍ତୁ ଭେଟିବା ସେମିତି କିଛି ପ୍ରେମିକାଙ୍କୁ । ଯାହାଙ୍କର କାହାଣୀ ଆପଣଙ୍କୁ ବି କନ୍ଦେଇଦେବ। ଆସନ୍ତୁ ସେହି ପ୍ରେମିକାମାନଙ୍କୁ ଭେଟିବା ବଲାଙ୍ଗୀରର ଏକ ସ୍ୱାଧାର ଗୃହରେ।

ମଥାରେ ସିନ୍ଦୁର ଦେଇ ଏକୁଟିଆ ଛାଡି ଚାଲିଗଲେ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଝିଅ ମୀନତି(ଛଦ୍ମନାମ) ଗତ ୨ ବର୍ଷ ତଳେ, ବଡ଼ଭାଇଙ୍କ ଟ୍ରକରେ ଡ୍ରାଇଭର ଭାବେ କାମ କରୁଥିବା ପାଟଣାଗଡ଼ ସହରର ରସିକ ଶବରଙ୍କୁ ପ୍ରେମ କରୁଥିଲେ। ଉଭୟେ ଭିନ୍ନ ଜାତିର ହୋଇଥିବାରୁ ବାହାଘର ହୋଇପାରିଲା ନାହିଁ। ବାଧା ଦେଲେ ପରିବାର ଲୋକେ।  ଫଳରେ କଣ୍ଟାବାଞ୍ଜି ରାଧାକୃଷ୍ଣ ମନ୍ଦିରରେ ପ୍ରେମିକାର ସିନ୍ଥିରେ ସିନ୍ଦୁର ଲଗାଇ ବାହା ହୋଇଥିଲା ପ୍ରେମିକ ରସିକ। ଏହା ଜାଣିବା ପରେ ଝିଅର ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କଲେ। ଉଭୟେ ପ୍ରାପ୍ତ ବୟସ୍କ ହୋଇଥିବାରୁ ପୁଲିସ୍‌ ଥାନାରେ ଦୁଇ ପୁଅ, ଝିଅଙ୍କୁ ବାହା କରାଇଦେଲେ କିନ୍ତୁ ବାହାଘରର ୫ ମାସ ପରେ ଧୋକ୍କା ଦେଲା ପ୍ରେମିକ । ନିଜ ଘର ଲୋକଙ୍କ ସହିତ ମିଶି ପ୍ରେମିକାକୁ ନିର୍ଯାତନା ଦେଲା । ଏପରିକି ବଲାଙ୍ଗିର ସହରକୁ ଆଣି ପ୍ରେମିକାକୁ ରାତି ଅଧରେ ଏକାକି ଛାଡି ଫେରାର ହୋଇଲା। ସେବେଠାରୁ ସ୍ୱଧାର ଗୃହରେ ଦୁଃଖମୟ ଜୀବନ କାଟୁଛନ୍ତି ମୀନତି।

କୋଳରେ ସନ୍ତାନଟିଏ ଧରାଇ, ଫେରାର ହୋଇଯାଇଛନ୍ତି ସେ

ପୁଇଁନ୍ତଲା ଅଞ୍ଚଳର ମୁନ୍ନି(ଛଦ୍ମନାମ)। ମା’ ଛେଉଣ୍ଡ ଝିଅଟିଏ। ବେଙ୍ଗାଲୁରୁକୁ ଦାଦନ ଖଟିବା ପାଇଁ ଯାଏ। ସେଠାରେ ଦେଖା ହୁଅନ୍ତି ଅରୁଣ। ବେଳପଡା ଥାନା ବନମାଳ ଗାଁର ଅରୁଣ ସାଙ୍କୁ ଦେଖୁ ଦେଖୁ ଉଭୟଙ୍କ ଭିତରେ ଗଢିଉଠେ  ପ୍ରେମ ସମ୍ପର୍କ । ଉଭୟେ ଉଭୟଙ୍କୁ ଭଳ ପାଇ ଜୀବନ ସାଥୀ ହେବା ପାଇଁ ନିଷ୍ପତ୍ତି ନିଅନ୍ତି। ହେଲେ ଭିନ୍ନ ଜାତିର ହୋଇଥିବାରୁ ପୁଅ ଘର ଲୋକେ ଝିଅକୁ ବୋହୂ କରିବା ପାଇଁ ମନା କରନ୍ତି। ଶେଷରେ ପ୍ରେମିକ ଅରୁଣ ପ୍ରେମିକାକୁ ଟିଟିଲାଗଡର ଏକ ଭଡା ଘରେ ଦଶ ଦିନ ରଖିବା ପରେ, ସେଠାରୁ ଫେରାର ମାରନ୍ତି। ସେତେବେଳକୁ ୬ ମାସର ଛୁଆକୁ ଗର୍ଭରେ ଧାରଣ କରିଥାନ୍ତି ମୁନ୍ନି। କିଛି ଉପାୟ ନ ପାଇଁ ମୁନ୍ନି ବାପାଙ୍କ ସହିତ ଯାଇ ଥାନାରେ ଅଭିଯୋଗ କରନ୍ତି। ମାମଲା ଏବେ କୋର୍ଟରେ ହେଲେ ଧୋକାବାଜ ପ୍ରେମିକ ଆଉ ଜଣଙ୍କୁ ବାହା ହୋଇ ଆରାମ୍‌ରେ ଦିନ କାଟୁଛି।

ବାହା ହେବାକୁ କହିଥିଲେ, ପରେ ଜାଣିଲେ ସେ ଅଗରୁ ବାହା ହୋଇଥିଲେ

ବଲାଙ୍ଗିର ଜିଲ୍ଲା ଲାଠୋର ଥାନାର ଅର୍ନ୍ତଗତ ଏକ ଗାଁର ଝିଅ କାବେରୀ(ଛଦ୍ମନାମ)ଙ୍କୁ ବେଳପଡା ଥାନା ରାଢବାହାଲ ଗାଁର ଦାଦନ ସର୍ଦ୍ଦାର କାହ୍ନୁ ବାଗ ଫୋନ୍‌ କରନ୍ତି। ରଙ୍ଗ ନମ୍ବରରୁ ଆରମ୍ଭ ହୁଏ କଥାବାର୍ତ୍ତା। ପରେ ହୋଇଯାଏ ପ୍ରେମ। ଖାଲି ସେତିକରେ ସମ୍ପର୍କ ସୀମିତ ନ ରହି କଥା ବଢେ ଶାରୀରିକ ସମ୍ପର୍କ ଆଡକୁ।  କାବେରୀ ହୁଅନ୍ତି ଅନ୍ତଃସତ୍ୱା। ହେଲେ ବାହା ହେବାକୁ ମନା କରନ୍ତି କାହ୍ନୁ। ପରେ ବୁଝୁ ବୂଝୁ ଜଣାପଡେ କାହ୍ନୁ ବିବାହିତ ଓ ବିବାହ ପ୍ରଲୋଭନ ଦେଇ ସେ କାବେରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ଏବେ ୫ ମାସର ଝିଅକୁ ଧରି ସ୍ୱଧାର ଗୃହରେ ଜୀବନ ବିତାଉଛନ୍ତି କାବେରୀ।



from Odisha Reporter http://bit.ly/2TO2SRp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages