
ନୂଆଦିଲ୍ଲୀ: ଆସନ୍ତା ମେ’ ୩୦ ତାରିଖରୁ ଇଂଲଣ୍ଡରେ ବିଶ୍ୱକପ୍ ଆରମ୍ଭ ହେବ। ଏଥିପାଇଁ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଖେଳାଳି ଚୟନରେ ଲାଗି ପଡ଼ିଛି। ତେବେ କ୍ରିକେଟ୍ ପଣ୍ଡିତ ଓ ପୂର୍ବତନ ଖେଳାଳିମାନେ ରିଷଭ ପନ୍ତ ଭାରତର ବିଶ୍ୱକପ୍ ଟିମ୍ରେ ରହିବା ଦରକାର ବୋଲି ମତ ଦେଇଛନ୍ତି।
ରିଷଭ ପନ୍ତ ଜଣେ ମ୍ୟାଚ୍ ବିଜେତା, ବ୍ୟାକ୍ ଅପ୍ ଓପନର ଓ ବଡ଼ ଶଟ୍ ଖେଳୁଥିବା ଜଣେ ଖେଳାଳି। ଏଭଳି ଜଣେ ଖେଳାଳିଙ୍କୁ ଟିମ୍ରେ ସାମିଲ କରାଯିବା ଦରକାର ବୋଲି ଭେଟରାନ୍ କ୍ରିକେଟର ଆଶିଷ ନେହେରା ମତ ଦେଇଛନ୍ତି। ପିଲାଟି ବେଳୁ ପନ୍ତଙ୍କ କ୍ରିକେଟ୍ କ୍ୟାରିୟର ଉପରେ ନଜର ରଖିଥିବା ନେହେରା କହିଛନ୍ତି, “ଦଳରେ ଏମିତି ଜଣେ ଖେଳାଳି ରହିବା ଦରକାର, ଯିଏ ସର୍ବଦା ଟିମ୍ ପାଇଁ କିଛି କରୁଥିବ।
କିନ୍ତୁ ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଆପଣଙ୍କୁ ଜଣେ ଏକ୍ସ-ଫ୍ୟାକ୍ଟରଙ୍କୁ ନେଇ ଖେଳିବାକୁ ପଡ଼ିବ। ପନ୍ତ ଜଣେ ମ୍ୟାଚ୍ ୱିନର। ତେଣୁ ତାଙ୍କୁ ବିଶ୍ୱକପ୍ ଟିମ୍ରେ ସାମିଲ କରାଯିବା ଦରକାର।” ପନ୍ତଙ୍କୁ ବିଶ୍ୱକପ୍ ଟିମ୍ରେ ରଖିବା ପାଇଁ ନେହେରା ୩ରୁ ୪ଟି କାରଣ କହିଛନ୍ତି। ସେ କହିଛନ୍ତି, “ଯଦି ଆପଣ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅପ୍ ଦେଖିବେ, ଶିଖର ଧୱନଙ୍କୁ ବାଦ ଦେଲେ ଟପ୍ ୭ରେ କୌଣସି ବାମହାତୀ ବ୍ୟାଟସ୍ମ୍ୟାନ୍ ନାହାନ୍ତି। ତେଣୁ ମଧ୍ୟକ୍ରମରେ ବାମ-ଡାହାଣ ହାତୀ ବ୍ୟାଟସ୍ମ୍ୟାନ୍ ରହିବା ଦରକାର। ଯେଉଁଥିପାଇଁ ପନ୍ତ ଯୋଗ୍ୟ।
ଦ୍ୱିତୀୟତଃ ପନ୍ତ ୧ରୁ ୭ ନମ୍ବର ମଧ୍ୟରେ ଯେ କୌଣସି ସ୍ଥାନରେ ବ୍ୟାଟିଂ କରିପାରିବେ। ତେଣୁ ବିରାଟ ଓ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ। ତୃତୀୟରେ ପନ୍ତ ଯେ କୌଣସି ସମୟରେ ଛକା ମାରିବାର କ୍ଷମତା ରଖିଛନ୍ତି। ତେଣୁ ରନ୍ ଆବଶ୍ୟକ ସମୟରେ ସେ ଉପଯୋଗୀ ହୋଇପାରିବେ। ରୋହିତ ଶର୍ମାଙ୍କ ପରେ ଯଦି କିଏ ଭଲ ଛକା ମାରିମାରୁ ଥିବ ସେହେଲେ ପନ୍ତ।
ପନ୍ତଙ୍କ ଏହି ଦକ୍ଷତାର ଫାଇଦା ଟିମ୍ ଇଣ୍ଡିଆ ବିଶ୍ୱକପ୍ରେ ଉପଯୋଗ କରିବା ଦରକାର। ୪ର୍ଥରେ ଏବେ ଟିମ୍ ପାଖରେ ୩ ଜଣ ମ୍ୟାଚ୍ ୱିନର ଅଛନ୍ତି। ସେମାନେ ହେଲେ ବିରାଟ, ରୋହିତ ଓ ଯଶପ୍ରୀତ ବୁମ୍ରା। ୪ର୍ଥ ମ୍ୟାଚ୍ ୱିନର ଯଦି କାହାକୁ କୁହାଯିବ, ସେହେଲେ ପନ୍ତ। ପନ୍ତ ଏକାକୀ ମ୍ୟାଚ୍ ଜିତାଇବାର କ୍ଷମତା ରଖିଛନ୍ତି। ଅମ୍ବାତି ରାୟୁଡୁ, ଦୀନେଶ କାର୍ତ୍ତିକ ଓ କେଦାର ଯାଦବ ହେଉଛନ୍ତି ଭଲ ଖେଳାଳି। ଟିମ୍ରେ ତାଙ୍କ ଯୋଗଦାନ ରହିବ। ହେଲେ ବିଶ୍ୱକପ୍ରେ ଜଣେ ଏକ୍ସ ଫ୍ୟାକ୍ଟରଙ୍କ ଆବଶ୍ୟକ ରହିଛି। ଆଉ ସେହି ଏକ୍ସ ଫ୍ୟାକ୍ଟର ହେଲେ ପନ୍ତ।’’
ପନ୍ତ ଟେଷ୍ଟ ଟିମ୍ରେ ୱିକେଟ୍ କିପର ବ୍ୟାଟସ୍ମ୍ୟାନ୍ ହିସାବରେ ଖେଳୁଥିବା ବେଳେ ଟି-୨୦ରେ ସ୍ପେଶାଲିଷ୍ଟ ବ୍ୟାଟସ୍ମ୍ୟାନ୍ ଭାବେ ରହିଛନ୍ତି। ହେଲେ ଦିନିକିଆରେ ତାଙ୍କୁ ସେତେଟା ସୁଯୋଗ ମିଳିନାହିଁ। କିନ୍ତୁ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି।
from Odisha Reporter http://bit.ly/2GrgMFM
No comments:
Post a Comment