
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପାକିସ୍ତାନୀ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସନା। ବାୟୁସେନା ବିମାନ ଆଜି ଭୋରୁ ପିଓକେରେ ପ୍ରବେଶ କରି ପାକ୍ ଅଧିକୃତ କଶ୍ମୀରରେ ବୋମା ବର୍ଷଣ କରିଛି। ପ୍ରାୟ ୧୦୦୦ କେଜିର ବୋମା ବର୍ଷଣ ଫଳରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ବହୁ ଶିବିର ଧ୍ୱଂସ ହୋଇଛି। ପ୍ରାୟ ୩୦୦ ଆତଙ୍କବାଦୀ ମୃତ୍ୟୁ ବରଣ କରିଛନ୍ତି ବୋଲି ପ୍ରାଥମିକ ସ୍ତରରେ ଅନୁମାନ କରାଯାଉଛି।
ଏଣେ ଭାରତୀୟ ସେନାର ଏହି ପ୍ରତିଶୋଧ ପରାୟଣତାର ପ୍ରଭାବ ପାକିସ୍ତାନ ସଂସଦରେ ଦେଖିବାକୁ ମିଳିଛି। ଆଜି ବିଭିନ୍ନ ଦଳ ପକ୍ଷରୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ନାରାବାଜି ହୋଇଛି। ନିଜ ସଂସଦରେ ନିଜର ମୁର୍ଦ୍ଦାବାଦ୍ ଶୁଣିଛନ୍ତି ବଜିରେ-ଆଜମ୍ ଇମରାନ୍। ‘ଇମ୍ରାନ୍ ସୋମ୍ ସୋମ୍’ ବା ‘ଲାଜ ଲାଗୁନି ତୁମକୁ ଇମ୍ରାନ୍’ ବୋଲି ନାରାବାଜି ହୋଇଛି।
from Odisha Reporter https://ift.tt/2BOJNr1
No comments:
Post a Comment