୭୪ତମ ରାଜ୍ୟ ପୋଲିସ ହକି ଚାମ୍ପିୟନଶିପ୍ ଉଦ୍‌ଯାପିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

୭୪ତମ ରାଜ୍ୟ ପୋଲିସ ହକି ଚାମ୍ପିୟନଶିପ୍ ଉଦ୍‌ଯାପିତ

ରାଉରକେଲା (ପୱନ ତିୱାରୀ): ଚଳିତ ମାସ ୧୯ ରୁ ଆରମ୍ଭ ହୋଇଥିବା ରାଜ୍ୟ ପୋଲିସ ହକି ଚାମ୍ପିୟନଶିପ୍ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି କ୍ରୀଡ଼ାରେ ରାଜ୍ୟରୁ ୧୮ ଟି ଟିମ୍ ଭାଗ ନେଇଥିବା ବେଳେ ଫାଇନାଲ୍‌ ମ୍ୟାଚ୍‌ରେ କଟକର ଷଷ୍ଠ ଓଏସଏପି ବାଟାଲିୟନ ଓ ରାଉରକେଲାର ଚତୁର୍ଥ ଓଏସଏପି ବାଟାଲିୟନକୁ ମୈଦାନରେ ଦେଖଇବାକୁ ମିଳିଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହୋଇଥିବା ଏହି ଫାଇନାଲ୍ ମ୍ୟାଚ୍‌ରେ ରାଉରକେଲା ୨-୦ ଗୋଲ୍‌ରେ କଟକକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା।

ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋ ଅତିରିକ୍ତ ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ସୁନ୍ଦରଗଡ଼ ଜିଲ୍ଳାକୁ ହକିର ଏନ୍ତୁଡ଼ିଶାଳ ଆଖ୍ୟା ମିଳିଥିବା ବେଳେ ଓଡ଼ିଶା ପୋଲିସ ହକି ଦଳରେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ଏକାଧିକ ଖେଳାଳି ନିଜର କ୍ରୀଡା ପ୍ରଦର୍ଶନ କରିଥିଲେ।

ରବିବାର ଉଦ୍‌ଯାପନୀ ମ୍ୟାଚ୍ ଥିବାରୁ ଦର୍ଶକ ଗ୍ୟାଲେରୀରେ ହକି ପ୍ରେମିଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏଥିସହିତ ପୋଲିସ ଅଧିକାରୀଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକ ଗ୍ୟାଲେରୀରେ ବ୍ୟାଣ୍ଡ୍‌ ବାଜା ସାଙ୍ଗକୁ ନୃତ୍ୟ ପରିବେଷଣ କରାଯାଇଥିଲା।



from Odisha Reporter https://ift.tt/2U5YsoY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages