
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଶୁଟିଂ ବିଶ୍ୱକପ୍ରେ ପାକିସ୍ତାନ ଟିମ୍ ଭାଗ ନେବ ନାହିଁ। ପୁଲୱାମା ଆକ୍ରମଣ ସତ୍ତ୍ୱେ ପାକିସ୍ତାନ ଖେଳାଳିଙ୍କୁ ଭାରତ ଆସିବାକୁ ଭିସା ମିଳିଥିଲା। କିନ୍ତୁ ଭିସା ପାଇବା ସତ୍ତ୍ୱେ ପାକିସ୍ତାନ ଟିମ୍ ବିଶ୍ୱକପ୍ରେ ଭାଗ ନେବନାହିଁ। ଦି ନ୍ୟାଶନାଲ ଶୁଟିଂ ବଡି ଅଫ୍ ପାକିସ୍ତାନ (ଏନ୍ଆରଏପି) ଆଜି ଏକଥା ସ୍ପଷ୍ଟ କରିଛି।
ଏନ୍ଆରଏପି କହିଛି ଯେ ଶୁଟର ମହମ୍ମଦ ଖାଲିଲ ଅଖତର ଓ ଗୁଲାମ ମୁସ୍ତାଫା ବଶିରଙ୍କ ସହ ମ୍ୟାନେଜର ରାଜି ଅହମ୍ମଦ ଫେବୃଆରୀ ୨୦ରୁ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ରାଇଫଲ/ପିସ୍ତଲ ଇଭେଣ୍ଟରେ ଭାଗ ନେବାର ଥିଲା। କିନ୍ତୁ ବିଳମ୍ବିତ ଭିସା ପ୍ରଦାନ ଯୋଗୁ ପାକିସ୍ତାନ ନୂଆଦିଲ୍ଲୀ ଯାଉନାହିଁ।
ତେବେ ଭାରତର ଶୁଟିଂ ସଂଗଠନ ଏନ୍ଆରଏଆଇ ପକ୍ଷରୁ ଭିସା ଠିକଣା ସମୟରେ ଦିଆଯାଇଥିବା କୁହାଯାଇଛି। ଗତକାଲି ଏନ୍ଆରଏଆଇ ପକ୍ଷରୁ ୩ ଜଣିଆ ପାକିସ୍ତାନ ଭାରତ ଆସୁଥିବା କୁହାଯାଇ ଥିଲା। ଏହାକୁ ଏନ୍ଆରଏପି ମଧ୍ୟ ସ୍ୱୀକାର କରିଛି। ହେଲେ ଏନ୍ଆରଏପି କହିଛି ଯେ ଆମେ ପରେ ଏକଥା ବୁଝିବା ବେଳକୁ ଭିସା ମିଳିବା ପ୍ରକ୍ରିୟା ଜାରି ରହିଥିବା ଜାଣିବାକୁ ପାଇଲୁ। ଏପରି ପରିସ୍ଥିତି ସୃଷ୍ଟି ହେବାରୁ ଏନ୍ଆରଏପି ଭାରତ ଗସ୍ତ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାଇଛି।
from Odisha Reporter http://bit.ly/2T1m8xt
No comments:
Post a Comment