କୋଚ୍ ନୁହନ୍ତି, ଆମକୁ ସ୍ମିଥ ଓ ୱାର୍ଣ୍ଣର ଦରକାର: ହେଜେଲଉଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

କୋଚ୍ ନୁହନ୍ତି, ଆମକୁ ସ୍ମିଥ ଓ ୱାର୍ଣ୍ଣର ଦରକାର: ହେଜେଲଉଡ୍

ମେଲବର୍ଣ: ବଲ୍ ବିକୃତ କରିବା ଭଳି ଘଟଣାରେ ଫସି ବର୍ଷକ ପାଇଁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ଓ ବ୍ୟାଟସ୍‌ମ୍ୟାନ୍‌ ଡେଭିଡ ୱାର୍ଣ୍ଣରଙ୍କ ଅନୁପସ୍ଥିତିରେ କଙ୍ଗାରୁ ଟିମ୍‌ର ମେରୁଦଣ୍ଡ ଏକ ପ୍ରକାରର ଭାଙ୍ଗି ଯାଇଛି। ଉଭୟ ଖେଳାଳି ଦଳରୁ ବାସନ୍ଦ ହେବା ପରେ ଅଷ୍ଟ୍ରେଲିଆ ଟିମ୍‌ର ପ୍ରଦର୍ଶନ ସେତେଟା ଆଖିଦୃଶିଆ ହୋଇପାରୁ ନାହିଁ। ଉଭୟ ଖେଳାଳି ଦଳକୁ ଗାଇଡ୍‌ କରୁଥିଲେ। ତେଣୁ ସେମାନଙ୍କ ଅନୁପସ୍ଥିତି ଦଳ ଅନୁଭବ କରୁଛି। କିନ୍ତୁ ବିଶ୍ୱକପ୍‌ରେ ଉଭୟ ଖେଳାଳିଙ୍କ ସହଯୋଗ ଦଳକୁ ଦରକାର ବୋଲି ଆଜି କଙ୍ଗାରୁ ଟିମ୍‌ର ଅନ୍ୟତମ ଦ୍ରୁତ ବୋଲର ତଥା ଉପ ଅଧିନାୟକ ଜୋଶ ହେଜେଲଉଡ୍ କହିଛନ୍ତି।

ସେ କହିଛନ୍ତି, ଦଳର ଯୁବ ବ୍ୟାଟସ୍‌ମ୍ୟାନ୍‌ କାହାକୁ ଆଦର୍ଶ ଭାବେ ଗ୍ରହଣ କରିବେ ବା କାହା ଦ୍ୱାରା ଅନୁପ୍ରାଣିତ ହେବେ ସେକଥା ସ୍ଥିର କରିପାରୁ ନାହାନ୍ତି। ତେଣୁ ଏଭଳି ସ୍ଥିତିରେ ସ୍ମିଥ ଓ ୱାର୍ଣ୍ଣରଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। କୋଚଙ୍କ ସମସ୍ତ ପ୍ରକାରର କୌଶଳ ପ୍ରଶିକ୍ଷଣ ଜଣେ ବ୍ୟାଟସ୍‌ମ୍ୟାନଙ୍କ ପାଇଁ ଯଥେଷ୍ଟ ହୁଏ ନାହିଁ। ଯୁବ ଖେଳାଳିଙ୍କୁ ଆଗକୁ ବଢ଼ିବା ପାଇଁ ଦଳରେ ଥିବା ଅଭିଜ୍ଞ ବ୍ୟାଟସ୍‌ମ୍ୟାନ୍‌ ହିଁ ସହାୟକ ହୁଅନ୍ତି।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ହେଜେଲଉଡ୍ କହିଛନ୍ତି, “ଯେତେବେଳେ ଗୋଟିଏ ଦଳରେ ଟପ୍‌ ୬ରେ ଯୁବ ଖେଳାଳି ରହୁଛନ୍ତି, ସେତେବେଳେ ସେମାନଙ୍କୁ ଉପଯୁକ୍ତ ରାସ୍ତା ଦେଖାଇବାକୁ ଅଭିଜ୍ଞ ଖେଳାଳି ରହିବା ଦରକାର। ଜଣେ କୋଚ ପଡ଼ିଆ ବାହାରେ ଯେତେ ଟ୍ରେନିଂ ଦେଲେ ମଧ୍ୟ ପଡ଼ିଆ ମଝିରେ ଏବଂ ବ୍ୟାଟିଂ କରିବା ବେଳେ ବରିଷ୍ଠ ଖେଳାଳିଙ୍କ ସହଯୋଗ ଦରକାର ପଡ଼େ। ତେଣୁ ଯୁବ ଖେଳାଳିମାନଙ୍କୁ ସ୍ମିଥ ଓ ୱାର୍ଣ୍ଣରଙ୍କ ଭଳି ଖେଳାଳି ଦରକାର। ଦଳରେ ମାର୍କସ ହ୍ୟାରିସ, ଟ୍ରାଭିସ ହେଡ୍ ଓ ମାର୍କସ ଲାବୁସିଙ୍ଗେଙ୍କ ଭଳି ନୂଆ ବ୍ୟାଟସ୍‌ମ୍ୟାନ ଟେଷ୍ଟ ଟିମ୍‌ରେ ରହିଛନ୍ତି। ସେମାନଙ୍କୁ ବ୍ୟାଟିଂ କରିବା ବେଳେ ଉପଯୁକ୍ତ ଗାଇଡାନ୍ସ ନ ମିଳିବାରୁ ଦକ୍ଷତା ଥାଇ ମଧ୍ୟ ସେମାନେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି। ଯଦି ଏମାନଙ୍କ ସହ ସ୍ମିଥ ଓ ୱାର୍ଣ୍ଣରଙ୍କ ଭଳି ଖେଳାଳି ରହିବେ, ତା’ହେଲେ ଦଳ ନିଶ୍ଚିତ ଭଲ କରିପାରିବ।”



from Odisha Reporter http://bit.ly/2EjZw3n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages