ନବୀନ ବାବୁ ଯବାନଙ୍କ ସହିତ ନାହାନ୍ତି, ସେ ଦେଶଦ୍ରୋହୀ: ଲେଖାଶ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ନବୀନ ବାବୁ ଯବାନଙ୍କ ସହିତ ନାହାନ୍ତି, ସେ ଦେଶଦ୍ରୋହୀ: ଲେଖାଶ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏପରିକି ସେ ନବୀନଙ୍କୁ ଦେଶଦ୍ରୋହୀ କହିବାକୁ ପଛାଇ ନାହାନ୍ତି।

ଲେଖାଶ୍ରୀ କହିଛନ୍ତି, “ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରା ନିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସମାବେଶରେ ନାଚଗୀତରେ ମସଗୁଲ୍ ଥିଲେ। ମୁଖ୍ୟମନ୍ତ୍ରୀ ସିଆର୍‌ପିଏଫ୍‌ ଯବାନଙ୍କ ସହିତ ନାହାନ୍ତି, ସେ ଦେଶଦ୍ରୋହୀ। ସେହିପରି ବିଜେଡି ମଧ୍ୟ ସେନା ସହିତ ନାହିଁ, ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ ସହ ଅଛି। ଏମାନଙ୍କୁ ଓଡ଼ିଆ ଜାତି କେବେ କ୍ଷମା ଦେବ ନାହିଁ।”

ସେ କହିଛନ୍ତି, “ସିନେ ତାରକାଙ୍କୁ ଆଣି ନାଗଗୀତ କଲେ। ବାଣ ଫୁଟାଇ ଉତ୍ସବ କଲେ। ଏପରି ଉତ୍ସବ ସହିଦ ଯବାନଙ୍କ ପ୍ରତି ଉପହାସ। ଏହା ଦେଶଦ୍ରୋହ ସହ ସମାନ।”

ଲେଖାଶ୍ରୀଙ୍କ ଏପରି ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter https://odishareporter.in/odisha/bjp-leader-lekhashree-targets-cm-naveen-patnaik-341562

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages