ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବେ କ୍ରିସ୍‌ ଗେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବେ କ୍ରିସ୍‌ ଗେଲ୍‌

ମୁମ୍ବାଇ: ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରୁ ଅବସର ନେବା କଥା ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍ ଗେଲ। ଆସନ୍ତା ବିଶ୍ୱକପ ପରେ ସେ ଦିନିକିଆ ଫର୍ମାଟରୁ ଅବସର ନେବେ। ଏନେଇ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ସୂଚନା ଦେଇଛି।

ଆହତ କାରଣରୁ ବହୁ ଦିନ ଧରି ଦିନିକିଆ ଦଳରୁ ବାଦ୍ ପଡିବା ପରେ ସେ ଏହି ଘୋଷଣା କରିଥିବା କୁହାଯାଇଛି। ୩୯ ବର୍ଷିୟ କ୍ରିସ ଗେଲ୍ ଗତବର୍ଷ ଜୁଲାଇରେ ବାଂଲାଦେଶ ବିରୋଧରେ ଶେଷ ଦିନିକିଆ ଖେଳିଥିଲେ।

କିମ୍ବଦନ୍ତୀ ବ୍ୟାଟସମ୍ୟାନ ବ୍ରାଏନ ଲାରାଙ୍କ ପରେ ସେ ୱେଷ୍ଟଇଣ୍ଡିଜର ଦିନିକିଆ କ୍ରିକେଟ୍‌ରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋର କରିଛନ୍ତି। ସେ ୨୮୪ଟି ମ୍ୟାଚରୁ ୯ହଜାର ୭୨୭ ରନ ସଂଗ୍ରହ କରିଛନ୍ତି। ଏହାସହ ୧୦୩ଟି ଟେଷ୍ଟରୁ ୭ହଜାର ୨୧୫ ରନ୍ ଏବଂ ୫୬ଟି ଟି-ଟ୍ୱେଣ୍ଟିରୁ ୧ହଜାର ୬୦୬ରନ ସଂଗ୍ରହ କରିଛନ୍ତି।



from Odisha Reporter https://odishareporter.in/sports/chris-gayle-to-retire-from-odis-after-world-cup-341558

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages