କ୍ୟାମ୍ପରେ ଥିଲେ ୪୨ ଆତ୍ମଘାତୀ ଆତଙ୍କୀ ଓ ୨୫ କମାଣ୍ଡର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

କ୍ୟାମ୍ପରେ ଥିଲେ ୪୨ ଆତ୍ମଘାତୀ ଆତଙ୍କୀ ଓ ୨୫ କମାଣ୍ଡର

ନୂଆଦିଲ୍ଲୀ: ମଙ୍ଗଳବାର ଭୋର ୩.୩୦ରେ ଭାରତ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌-୨ରେ ୩୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ ଠାରେ ଜୈଶ କ୍ୟାମ୍ପରେ ଆକ୍ରମଣ କରିବା ବେଳେ ଏଠାରେ ସାଧାରଣ ଆତଙ୍କବାଦୀଙ୍କ ସହ ୪୨ ଜଣ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଆତ୍ମଘାତୀ ଆତଙ୍କୀ ଓ ସଂଗଠନର ୨୫ ଜଣ ଟପ୍‌ କମାଣ୍ଡର ରହିଥିଲେ ବୋଲି ଆଜିର ସିସିଏସ୍‌ ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟମାନଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।

ଭାରତୀୟ ବାୟୁସେନାର ମିରାଜ-୨୦୦୦ରୁ ହୋଇଥିବା ବୋମା ବର୍ଷଣରେ ମାର୍କଜ ସୟଦ ଅହମ୍ମଦ ସାଇଦ୍‌ ଟ୍ରେନିଂ କ୍ୟାମ୍ପ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଏହି ଟ୍ରେନିଂ କ୍ୟାମ୍ପରେ ଥିବା ମାସୁଦ ଆଝାରର ଶାଳକ ଓ ଭାଇଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଆତଙ୍କୀ ଠିକଣା ଉପରେ ଭୋର ୩.୪୫ରୁ ୩.୫୩ ମଧ୍ୟରେ ବୋମା ବର୍ଷଣ କରାଯାଇଥିଲା। ପୂରା ଅପରେଶନ ୨୧ ମିନିଟ୍‌ର ଥିଲା। ଏୟାର ଷ୍ଟ୍ରାଇକ୍‌ରେ ଜୈଶର ୩ଟି ଆଲେକ୍ସା କଣ୍ଟ୍ରୋଲ ରୁମ୍‌ ମଧ୍ୟ ଧ୍ୱଂସ ପାଇଯାଇଛି। ବାଲାକୋଟ ସ୍ଥିତ କ୍ୟାମ୍ପରେ ହିଁ ଜୈଶର ସବୁଠାରୁ ବଡ଼ ସଂଗଠନ ରହିଥିଲା।

ଆକ୍ରମଣରେ ନିହତ ହୋଇଥିବା ଆତଙ୍କୀଙ୍କ ମଧ୍ୟରେ ଅବୁ ବକର, ସବିର ହୁସେନ, ନାସିର ଅଖତର, ବିଲାଲ ଆମୀର, ଅବଦୁଲ ହାଫିଜ, ଶାହିଦ ଇକବାଲ ଭଳି କୁଖ୍ୟାତ ଆତଙ୍କୀ ରହିଛନ୍ତି। ସେହିପରି ମୌଲାନା ଅମର, ମୁଫତି ଆଝାର ଖାନ କଶ୍ମିରୀ, ଇବ୍ରାହିମ୍‌ ଆଝାର ଓ ମୌଲାନା ତଲହା ସୈଫ ଭଳି ଜୈଶର ମୁଖ୍ୟ କମାଣ୍ଡରମାନେ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି।

ବାଲାକୋଟଠାରେ ଥିବା ଏକ ଜଙ୍ଗଲର ୬ ଏକର ଜାଗାରେ ଜୈଶ କ୍ୟାମ୍ପ ରହିଥିଲା। ଏହି କ୍ୟାମ୍ପ ମଧ୍ୟରେ ବଡ଼ ବଡ଼ ହଲ ଓ ଡର୍ମିଟରୀ ରହିଥିଲା। ଯେଉଁଥିରେ ଏକକାଳୀନ ୬୦୦ରୁ ୭୦୦ ଲୋକ ବସି ପାରିବେ।

ଏହି କ୍ୟାମ୍ପ ମଧ୍ୟରେ ଜିମ୍‌, ସୁଇମିଂ ପୁଲ ଓ ଶୁଟିଂ ଅଭ୍ୟାସ ପାଇଁ ବ୍ୟବସ୍ଥା ରହିଛି। ସେହିପରି କ୍ୟାମ୍ପର ପାହାଚରେ ଆମେରିକା, ବ୍ରିଟେନ୍ ଓ ଇସ୍ରାଏଲ ଭଳି ଦେଶ ଗୁଡ଼ିକର ପତାକା ପେଣ୍ଟିଂ କରାଯାଇଥିଲା। ଏହି ଦେଶ ଗୁଡ଼ିକ ଇସ୍‌ଲାମିକ ଷ୍ଟେଟ ବିରୋଧ ହୋଇଥିବାରୁ ଏମାନଙ୍କ ପତାକାକୁ ପାଦରେ ଦଳି ଆତଙ୍କୀଙ୍କ ମନରେ ଘୃଣାଭାବ ସୃଷ୍ଟି କରାଯାଉଥିଲା।



from Odisha Reporter https://ift.tt/2tDdWoX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages