
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସୋମବାରକୁ କୁହାଯାଏ ଶିବଙ୍କ ବାର। ଶିବପୁରାଣ ଅନୁଯାୟୀ ଏହି ଦିନ ମହାଦେବଙ୍କ ଆରାଧନା କଲେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। ତେଣୁ ମହାଦେବଙ୍କୁ ଖୁସି କରିବା ପାଇଁ ଭକ୍ତମାନେ ଏହି ଦିନ ବିଭିନ୍ନ ପ୍ରକାର ଜିନିଷ ଅର୍ପଣ କରନ୍ତି। ହେଲେ ଆପଣ ଜାଣନ୍ତି ଅନେକ ଜିନିଷ ଏପରି ଅଛି ଯାହା ଶିବଲିଙ୍ଗ ଉପରେ ଅର୍ପଣ କଲେ ଭଗବାନ ରୁଷ୍ଠ ହୋଇଥାନ୍ତି। ଫଳରେ ଆପଣଙ୍କ ଉପରେ ରୁଦ୍ରଦେବଙ୍କ କୋପ ପଡ଼ିବାର ଆଶଙ୍କା ରହିଥାଏ। ତେବେ ଆସନ୍ତୁ ଜାଣିବା ଶିବଙ୍କ ପୂଜା ସମୟରେ କେଉଁ ଜିନିଷର ବ୍ୟବହାର କରିବା ଉଚିତ ନୁହେଁ।
୧) ଯେଉଁ ତ୍ରିଶାଖା ବେଲପତ୍ର ଆପଣ ଶିବଲିଙ୍ଗ ଉପରେ ଚଢ଼ାଉଛନ୍ତି ତାହା ତାଜା ଓ ଅକ୍ଷୁର୍ଣ୍ଣ ରହିଥିବା ଉଚିତ, ଅର୍ଥାତ ପତ୍ରରେ କଣା କିମ୍ୱା ପତ୍ରଟି ଚିରା କି ଫଟା ନହୋଇଥିବା ଦରକାର। ଅନେକ ସମୟରେ ଦେଖାଯାଏ ବେଲପତ୍ରରେ ଲାଗିଥିବା ଡେମ୍ଫକୁ ଆମେ ନଛିଣ୍ଡାଇ ଶିବଲିଙ୍ଗ ଉପରେ ଚଢାଇଥାଉ। କିନ୍ତୁ ଏପରି କରିବା ଅନୁଚିତ୍।
୨) ତୁଳସୀ ପତ୍ରର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି। ପ୍ରାୟ ସବୁ ଶୁଭ କର୍ମରେ ତୁଳସୀ ପତ୍ର ବ୍ୟବହାର ହୁଏ। ହେଲେ ମନେ ରଖନ୍ତୁ ଭୋଳାନାଥଙ୍କ ପାଖରେ କେବେ ହେଲେ ବି ତୁଳସୀ ପତ୍ର ଅର୍ପଣ କରିବେ ନାହିଁ। ଏପରି କଲେ ଆପଣଙ୍କ ପୂଜା ଓ ମନଷ୍କାମନା ପୂରଣ ହେବ ନାହିଁ।
୩) କୁମ୍କୁମ୍କୁ ସୌଭାଗ୍ୟର ପ୍ରତୀକ କୁହାଯାଏ। ହେଲେ ଭଗବାନ ଶିବ ବୈରାଗୀ ହୋଇଥିବାରୁ ତାଙ୍କୁ କୁମ୍କୁମ୍ ଅର୍ପଣ କରାଯାଏ ନାହିଁ।
୪) ଶାସ୍ତ୍ର ଅନୁଯାୟୀ ମହାଦେବଙ୍କୁ ଅରୁଆ ଚାଉଳ ଅର୍ପଣ କରିବା ଶୁଭ ହୋଇଥାଏ। ହେଲେ ମନେ ରଖନ୍ତୁ ଭଗବାନ ଶିବଙ୍କୁ କେବେ ହେଲେ ଭାଙ୍ଗି ଯାଇଥିବା ଚାଉଳ ଅର୍ପଣ କରିବେ ନାହିଁ।
୫) ଭଗବାନ ଶିବଙ୍କଠାରେ କଳା ରାଶି ଅର୍ପଣ କରନ୍ତୁ ନାହିଁ। କାରଣ ଏହା ଭଗବାନ ବିଷ୍ଣୁଙ୍କ ମଳିରୁ ଉତ୍ପନ୍ନ ବୋଲି କୁହାଯାଏ।
୬) କେବେହେଲେ ନଡ଼ିଆ ପାଣିରେ ଶିବଙ୍କ ଅଭିଷେକ କରନ୍ତୁ ନାହିଁ। କାରଣ ନଡ଼ିଆକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ।
from Odisha Reporter http://bit.ly/2T0Oiss
No comments:
Post a Comment