ପ୍ରତିଦିନ ଖାଆନ୍ତୁ ଏହି ଦେଶୀ ଜଳଖିଆ, ବଢ଼ିବନି ଓଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ପ୍ରତିଦିନ ଖାଆନ୍ତୁ ଏହି ଦେଶୀ ଜଳଖିଆ, ବଢ଼ିବନି ଓଜନ

weight

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତେ ପ୍ରତିଦିନ ଜଳଖିଆ ଖାଆନ୍ତି। କିନ୍ତୁ ଜଳଖିଆର କିଛିଟା ନିୟମ ଥାଏ ତା’ପୁଣି ସକାଳ ସମୟରେ। ସକାଳ ସମୟରେ କ’ଣ ଖାଇବା ଶରୀର ପାଇଁ ହିତକର ହୋଇଥାଏ ଅନେକ ଜାଣିଥିବେ। ଏହାଛଡ଼ା ଅଧିକାଂଶ ଲୋକ ମାନନ୍ତି ଯେ, ଭାରତୀୟ ଜଳଖିଆ ଯେମିତିକି ପରଟା, କିମ୍ବା କୌଣସି ତୈଳ ଯୁକ୍ତ ବା ଛଣା ଖାଦ୍ୟ ଓଜନ ବଢ଼ାଇଥାଏ। ଏହା ସମ୍ପୂର୍ଣ୍ଣ ଭାବେ ସତ ନୁହେଁ। ଯଦି ଏହାକୁ ସଠିକ୍‌ ଭାବେ ଖିଆ ଯାଏ ତେବେ ଏହି ଭାରତୀୟ ବ୍ରେକ୍‌ଫାଷ୍ଟ୍‌ ବା ଜଳଖିଆ ଓଜନ ବଢ଼ାଇ ନ ଥାଏ ବରଂ କମାଇଥାଏ।

ପନିର୍ ଯୁକ୍ତ ପରଟା: ପନିର୍‌ରେ ବହୁତ ପ୍ରୋଟିନ୍‌ ରହିଥାଏ। ସକାଳେ ପନିର୍‌ ପରଟା ତିଆରି କରନ୍ତୁ ଓ ତାକୁ ଗରମ କରି ହିଁ ଖଆନ୍ତୁ। ଏହା ସହ ଆପଣ ଚଟଣୀ ବା ଦହି ଦେଇ ଖାଇପାରିବେ। ଏ ସମୟରେ ଧ୍ୟାନ ଦେବେ ଆପଣଙ୍କ ପରଟାରେ ଯେପରି ଅଧିକ ତେଲ, ଘିଅ କିମ୍ବା ବଟର ନ ରୁହେ।

ଢୋକ୍‌ଲା: ବେସନରେ ତିଆରି ହୋଇଥିବା ଢୋକ୍‌ଲା କେବଳ ହାଲୁକା ଖାଦ୍ୟ ନୁହେଁ। ଏହା ଖାଦ୍ୟକୁ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯଦି ଆପଣ କ୍ୟାଲୋରୀକୁ କମ୍‌ କରିବାକୁ ଚାହୁଁଛନ୍ତି ତେବେ ଏହି ଖାଦ୍ୟ ଆପଣଙ୍କ ପାଇଁ ବେଷ୍ଟ୍‌ ।

ଛତୁଆ ପରଟା: ଛତୁଆ ପରଟା ବି ସ୍ୱାସ୍ଥ୍ୟକର ଓ ଦେଶୀ ବ୍ରେକ୍‌ଫାଷ୍ଟ୍‌ଗୁଡ଼ିକ ମଧ୍ୟରେ ଗୋଟିଏ । ପରଟା ତିଆରି କରିବା ସମୟରେ ଛତୁଆରେ ଚଣା ଡାଲି ପାଉଡର, ଅମ୍‌ଚୁର୍‌ ଓ ଜୁଆଣି ମିଶାନ୍ତୁ। ଏହା ଦ୍ୱାରା ଦେଶୀ ପରଟା ଆହୁରି ସ୍ୱାଦିଷ୍ଟ ହୋଇଥାଏ।



from Odisha Reporter http://bit.ly/2V2EZWj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages