ଇମ୍ରାନ୍‌ଙ୍କ ପ୍ରତିଆକ୍ରମଣ ଧମକକୁ ଆଫ୍ରିଦି ଓ ଜାଫରଙ୍କ ସମର୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଇମ୍ରାନ୍‌ଙ୍କ ପ୍ରତିଆକ୍ରମଣ ଧମକକୁ ଆଫ୍ରିଦି ଓ ଜାଫରଙ୍କ ସମର୍ଥନ

ଇସ୍‌ଲାମାବାଦ: ପୁଲୱାମା ଆକ୍ରମଣ ପରେ ଭାରତର ପ୍ରତିଶୋଧ ନେବାର ମୁଡ୍ ଦେଖି ପାକିସ୍ତାନ ଭୟଭୀତ ହୋଇପଡ଼ିଥିବା ମନେହେଉଛି। ପାକିସ୍ତାନର ୱାଜିର-ଏ ଆଜମ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସିଧାସଳଖ ଭାରତକୁ ପ୍ରତିଆକ୍ରମଣ ଧମକ ଦେଇଥିବା ବେଳେ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଏହାକୁ ସମର୍ଥନ କରିଛନ୍ତି।

ଖାଲି ଆଫ୍ରିଦି ନୁହନ୍ତି, ଏକାଧିକ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଥିବା ପାକିସ୍ତାନ କଳାକାର ଅଲୀ ଜାଫର ମଧ୍ୟ ତାଙ୍କ ଦେଶର ୱାଜିର-ଏ ଆଜମଙ୍କୁ ସମର୍ଥନ ଜଣାଇଛନ୍ତି।

ଆଜି ଇମ୍ରାନ୍‌ କହିଥିଲେ, “ଆପଣ(ଭାରତ) ପାକିସ୍ତାନ ସରକାରଙ୍କୁ ବିନା ପ୍ରମାଣରେ ଦୋଷ ଦେଇ ଆସୁଛନ୍ତି। ଯଦି ଆପଣଙ୍କ ପାଖରେ ପ୍ରମାଣ ଅଛି, ଆମେ କାର୍ଯ୍ୟାନୁଷ୍ଠାନ ନେବୁ।ଯଦି ଆପଣ ଭାବୁଛନ୍ତି ଆମ ଉପରେ ଆକ୍ରମଣ କରିବେ, ଆମେ ବି ପ୍ରତିଆକ୍ରମଣ କରିବୁ।

ଆମେ ମଧ୍ୟ ଜାଣିଛୁ ଯୁଦ୍ଧ ଆରମ୍ଭ କରିବା ମଣିଷ ହାତରେ ରହିଛି, କିନ୍ତୁ ତାହା କେଉଁଠି ସରିବ ସେକଥା କେବଳ ଭଗବାନ ଜାଣନ୍ତି। ଏହି ପ୍ରସଙ୍ଗର ସମାଧାନ ଆଲୋଚନା ଜରିଆରେ ହେବା ଆବଶ୍ୟକ।”

ଇମ୍ରାନ୍‌ ଖାନ୍‌ ଯେଉଁ ଭିଡିଓ ଜରିଆରେ ଏକଥା କହିଥିଲେ ଆଫ୍ରିଦି ଏହାକୁ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଠିକ୍‌ କଥା କହିଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି। ସେହିପରି ଅଲୀ ଜାଫର ମଧ୍ୟ ଟ୍ୱିଟ୍‌ କରି ଏହା ଏକଦମ ଠିକ୍‌ କଥା ଏବଂ ଏକ ବେଶ ଭଲ ବାର୍ତ୍ତା ବୋଲି କହିଛନ୍ତି।



from Odisha Reporter http://bit.ly/2TWEFbH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages