ବେରୋଜଗାର ପ୍ରସଙ୍ଗ : ରାଜ୍ୟର ସବୁ ପୋଷ୍ଟ ଅଫିସରୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପଠାଇ ଜବାବ ମାଗିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ବେରୋଜଗାର ପ୍ରସଙ୍ଗ : ରାଜ୍ୟର ସବୁ ପୋଷ୍ଟ ଅଫିସରୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପଠାଇ ଜବାବ ମାଗିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟସରକାରଙ୍କ ଯୁବମାରଣ ନୀତି ଓ ବେରୋଜଗାର ପ୍ରସଙ୍ଗକୁ ବିଜେପି ଛାଡ଼ିବା ମୁଡରେ ନାହିଁ। ବେରୋଜଗାର ପ୍ରସଙ୍ଗର ସମାଧାନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ବିଜେପି ଯୁବମୋର୍ଚ୍ଚା ରାଜ୍ୟର ସମସ୍ତ ୮୩୯୦ଟି ପୋଷ୍ଟ ଅଫିସରୁ ଚିଠି ପଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ମାଗିବାକୁ ନିଷ୍ପତ୍ତି ନେଇଛି।

ଆଜି ଏନେଇ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବକଯୁବତୀମାନଙ୍କୁ ଧୋକା ଦେବା ସହ ପ୍ରତାରିତ କରିଚାଲିଛନ୍ତି। ଦୀର୍ଘ ୧୯ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କରୁଥିବାବେଳେ ନିଯୁକ୍ତିକୁ ନେଇ ସେ ଦେଇଥିବା ପ୍ରତିଶ୍ରୁତି କାହିଁକି ପୂରା ହୋଇପାରିଲା ନାହିଁ? ଏହାର ପ୍ରତିବାଦରେ ଗତ ଫେବୃଆରୀ ୭ ତାରିଖରେ ବିଜେପିର ଯୁବ ମୋର୍ଚ୍ଚା ନେତୃତ୍ୱରେ ହଜାର ହଜାର ଯୁବକ ସଚିବାଳୟ ଆଗରେ ବିକ୍ଷୋଭ କରି ଏହାର ଜବାବ ମାଗିଥିଲେ। ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିି ପୋଲିସକୁ ହାତବାରିସି କରି ନିଜ ଅଧିକାର ପାଇଁ ଯାଇଥିବା ଯୁବକଯୁବତୀମାନଙ୍କୁ ପୋଲିସ ଦ୍ୱାରା ଲାଠି ମାଡ କରି ସେଠାରୁ ଘୋଡ଼ାଇ ଦେଇଥିଲେ।

ସେଥିପାଇଁ ଓଡିଶାର ଯୁବକଯୁବତୀମାନେ ଆସନ୍ତା ଫେବୃଆରୀ ୧୨ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ୮୩୯୦ ପୋଷ୍ଟ ଅଫିସରୁ ଚିଠି ମାଧ୍ୟମରେ ସଚିବାଳୟ ଠିକଣାରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ୨୦୦୮ ମସିହା ଶିଳ୍ପ ନୀତିକୁ କାହିଁକି ସରକାର ପାଳନ କରୁନାହାନ୍ତି ? ନିଯୁକ୍ତି ମେଳା ନାଁରେ ବେକାର ଯୁବକଯୁବତୀଙ୍କଠୁ ନେଇଥିବା ଟଙ୍କା ରାଜ୍ୟସରକାର କେବେ ଫେରସ୍ତ କରିବେ ଓ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜିକୃତ ୨୨ ଲକ୍ଷରୁ ଉର୍ଦ୍ଧ୍ଵ ବେକାରୀ ସମସ୍ୟାରେ ଜର୍ଜ୍ଜରିତ ଯୁବକଯୁବତୀଙ୍କୁ କେବେ ନିଯୁକ୍ତି ମିଳିବ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ଯୁବକଙ୍କୁ କେବେ ନିଯୁକ୍ତି ଓ ରୋଜଗାର ମିଳିବ ତା’ର ଜବାବ ଏଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିମ୍ବା ତହସିଲରେ ମିଳିଲା ନାହିଁ। ସେଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ୮୩୯୦ ପୋଷ୍ଟବକ୍ସରେ ଗାଁ ଗହଳି ଯୁବକଯୁବତୀମାନେ ଚିଠି ପଠାଇ ନିଜର ହକ୍ ମୁଖ୍ୟମନ୍ତ୍ରୀଙ୍କୁ ମାଗିବେ। ମୁହଁରେ କିଛି କହିପାରୁନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିପତ୍ର ମାଧ୍ୟମରେ ଜବାବ ମଗାଯିବ। ଯେଉଁ ପର୍ଯ୍ୟନ୍ତ ରାଜ୍ୟସରକାର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ନାହାନ୍ତି, ସେ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।



from Odisha Reporter http://bit.ly/2SpxCeS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages