୨୦ରେ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

୨୦ରେ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ମୁଖ୍ୟମନ୍ତ୍ରୀ ହେବାପରେ ସେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସି ଭବାନୀପାଟଣା ଓ ନାଚୁଣୀଠାରେ ବିଜେପିର ଦୁଇଟି ବିଶାଳ କର୍ମକର୍ତ୍ତା ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୧୪ରୁ ୨୦ତାରିଖ ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ରାମକୃପାଳ ଯାଦବ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ୧୪ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଟିଟିଲାଗଡ଼ ଓ ରାଉରକେଲାରେ ବିଜେପିର ପରିବର୍ତ୍ତନ ସମାବେଶରେ ଯୋଗ ଦେବେ।

୧୫ତାରିଖରେ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଜାତୀୟ ଅଧ୍ୟକ୍ଷ ଶ୍ରୀ ଶାହ ଓ ୧୭ତାରିଖରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଭଦ୍ରକରେ ସାଧାରଣ ସଭାରେ ଯୋଗ ଦେବେ। ତା’ପରେ ୨୦ତାରିଖରେ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିବେ। ପୂର୍ବ ଭାରତର ବିକାଶ ତଥା ନୂଆ ଭାରତ ଏବଂ ନୂଆ ଓଡ଼ିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଥିବାରୁ ମିଶନ ୧୨୦+ ଲକ୍ଷ୍ୟରେ ବିଜେପି ଆଗେଇ ଚାଲିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।



from Odisha Reporter http://bit.ly/2Dsjo2e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages