୫୪୦ ଟଙ୍କା ପାଇଁ ବୃଦ୍ଧଙ୍କୁ ଗଛରେ ବାନ୍ଧି ପକାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

୫୪୦ ଟଙ୍କା ପାଇଁ ବୃଦ୍ଧଙ୍କୁ ଗଛରେ ବାନ୍ଧି ପକାଇଲେ

oldman

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କଲିହା ଗାଁରେ ମାତ୍ର ୫୪୦ ଟଙ୍କା ପାଇଁ ଜଣେ ବୃଦ୍ଧଙ୍କୁ ବାନ୍ଧା ଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ୫ ଘଣ୍ଟା ଧରି ବୃଦ୍ଧଙ୍କୁ ଜଣେ ଟ୍ରାକ୍ଟର ମାଲିକ ବାନ୍ଧି ଦେଇଥିଲେ।

ଖବର ପାଇ ଖଇରା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଅଟକ ପଚରାଉଚରା କରୁଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗ ଅନୁସାରେ, କଲିହା ଗାଁର ଦିବାକର ବାରିକ ୪ ମାସ ତଳେ ବାସୁଦେବପୁର ଗାଁର ଅଭୟ ଜେନାଙ୍କର ଟ୍ରାକ୍ଟରରେ ହଳ କରିଥିଲେ। ହଳ ପଇସା ବାବଦକୁ ୫୪୦ ଟଙ୍କା ତାଙ୍କୁ ଦେବାର ଥିଲା। ପଇସା ଦେବାକୁ ଅଭୟ ବାରମ୍ବାର କହୁଥିଲେ ମଧ୍ୟ ଦିବାକର ଦେଇପାରୁ ନଥିଲେ।

କଥା ସେତିକିରେ ସରି ନଥିଲା। ଅଭୟ ଏହାକୁ ନେଇ ପୂର୍ବରୁ ଦିବାକରଙ୍କୁ ଦୁଇରୁ ତିନି ଥର ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ଗତକାଲି ଦିବାକର ଅଭୟଙ୍କ ଗାଁ ଦେଇ ଯାଉଥିବା ବେଳେ ଅଭୟ ତାଙ୍କୁ ଅଟକାଇ ଟଙ୍କା ମାଗିବା ସହ କାଠ ଫାଳିଆରେ ଆକ୍ରମଣ କରିଥିଲେ। ପରେ ଦିନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବାନ୍ଧି ଦେଇଥିଲେ।



from Odisha Reporter http://bit.ly/2DfPQVy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages