ରାହୁଲ ଓ ପାଣ୍ଡ୍ୟାଙ୍କ ନାଁରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ରାହୁଲ ଓ ପାଣ୍ଡ୍ୟାଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ଟିଭି କାର୍ଯ୍ୟକ୍ରମ ‘କଫି ୱିଥ କରନ୍‌’ରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସମ୍ୟାନ କେଏଲ୍‌ ରାହୁଲଙ୍କ ବିବାଦ ପିଛା ଛାଡ଼ୁନି। ଅରୁଚିକର ମନ୍ତବ୍ୟ ପାଇଁ ବିସିସିଆଇ ଉଭୟଙ୍କୁ ନିଲମ୍ବିତ କରି ପରେ ଖେଳିବା ପାଇଁ ଅନୁମତି ଦେଇଥିଲେ ହେଁ ଏବେ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।

ଆଜି ପାଣ୍ଡ୍ୟା,ରାହୁଲ ଓ ଉକ୍ତ ଟିଭି କାର୍ଯ୍ୟକ୍ରମର ହୋଷ୍ଟ କରୁଥିବା ଫିଲ୍ମ ନିର୍ମାତା କରନ ଜୋହରଙ୍କ ନାଁରେ ରାଜସ୍ଥାନର ଯୋଧପୁରରେ ଜଣେ ବ୍ୟକ୍ତି ମାମଲା ରୁଜୁ କରିଛନ୍ତି। ଯୋଧପୁର ପୁଲିସ୍‌ ଷ୍ଟେସନ୍‌ରେ ହିଁ ଏହି ମାମଲା ରୁଜୁ ହୋଇଛି।

ପାଣ୍ଡ୍ୟା ଓ ରାହୁଲ ମହିଳାଙ୍କ ଉପରେ ଅସଭ୍ୟ ମନ୍ତବ୍ୟ ଦେଇଥିବାରୁ ଉଭୟଙ୍କୁ ସୋଶାଲ୍‌ ମିଡିଆରେ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ଏହାପରେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାଣ୍ଡ୍ୟା ଓ ରାହୁଲଙ୍କୁ ବିସିସିଆଇ ନିଲମ୍ବିତ କରିବା ସହ ଅଧାରୁ ସ୍ୱଦେଶ ଫେରାଇ ଆଣିଥିଲା। ତେବେ ଜାନୁଆରୀ ୨୪ରେ ବିସିସିଆଇର ସିଓଏ ଉଭୟଙ୍କୁ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲା। ନିଲମ୍ବନ ପ୍ରତ୍ୟାହାର ହେବା ପରେ ପାଣ୍ଡ୍ୟା ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳୁଛନ୍ତି। ସେହିପରି ରାହୁଲ ଇଣ୍ଡିଆ ଏ’ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି।
କିନ୍ତୁ ପୁଣିଥରେ ମାମଲା ରୁଜୁ ହେବା ଉଭୟ ଯୁବ ତାରକାଙ୍କ ଅଡ଼ୁଆ ବଢ଼ାଇ ଦେଇଛି।



from Odisha Reporter http://bit.ly/2RF3DKx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages