ଜାତିସଂଘରେ ପାକିସ୍ତାନକୁ ଝଟ୍‌କା, ଭାରତକୁ ପୁଲୱାମା ଆକ୍ରମଣର ବଦ୍‌ଲା ନେବାକୁ ସ୍ୱାଧୀନତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଜାତିସଂଘରେ ପାକିସ୍ତାନକୁ ଝଟ୍‌କା, ଭାରତକୁ ପୁଲୱାମା ଆକ୍ରମଣର ବଦ୍‌ଲା ନେବାକୁ ସ୍ୱାଧୀନତା

ୱାଶିଂଟନ୍‌: ଜମ୍ମୁ-କଶ୍ମୀର ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତ କୂଟନୀତିକ ସ୍ତରରେ ଯେଉଁ ଉଦ୍ୟମ କରିଥିଲା, ତାହା ସଫଳ ହୋଇଛି। ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନେ ଏକସ୍ୱରରେ ପୁଲୱାମା ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ହାତ ରହିଥିବା କଥା କହିଛନ୍ତି।

ଏଥିସହ ଭାରତକୁ ଆତଙ୍କବାଦ ବିରୋଧରେ ବଦଲା ନେବାକୁ ଜାତିସଂଘ ସୁରକ୍ଷା ପରିଷଦ ପୂର୍ଣ୍ଣ ସ୍ୱାଧୀନତା ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜାତିସଂଘର ସ୍ଥାୟୀ ସଦସ୍ୟ ତଥା ପାକିସ୍ତାନର ପରମ ବନ୍ଧୁ ଚୀନ୍‌ ମଧ୍ୟ ପୁଲୱାମା ଆକ୍ରମଣକୁ ନିନ୍ଦା ପ୍ରସ୍ତାବରେ ଦସ୍ତଖତ କରି ଭାରତକୁ ସମର୍ଥନ କରିଛି।

ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଗୁରୁବାର ବସିଥିଲା। ଏଥିରେ ପୁଲୱାମା ଆକ୍ରମଣ ସମ୍ପର୍କରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ତେବେ ଏଥିରେ ନିର୍ଦ୍ଦିଷ୍ଟ ଭାବେ ପାକିସ୍ତାନର ନାଁ ନଥିଲା। କିନ୍ତୁ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ନାଁ ଏହି ନିନ୍ଦା ପ୍ରସ୍ତାବରେ ରହିଥିଲା। ଜୈଶ ମୁଖ୍ୟ ବିଭିନ୍ନ ଆତଙ୍କବାଦୀ ଆକ୍ରମଣ କରୁଥିଲେ ହେଁ ପାକିସ୍ତାନରେ ସେ ବେଶ ମୁକ୍ତ ଭାବେ ବୁଲୁଛି ବୋଲି ଏଥିରେ ଲେଖା ହୋଇଥିଲା।

ଏହା ପରେ ଜାତିସଂଘର ସମସ୍ତ ସଦସ୍ୟ ମିଳିତ ଭାବେ ଭାରତ ସରକାରଙ୍କ ଆତଙ୍କବାଦର ମୂଳପୋଛ ପାଇଁ ଏକାଠି କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଥିଲେ।

ଜାତିସଂଘର ସମସ୍ତ ସଦସ୍ୟ କହିଥିଲେ, ଆତଙ୍କବାଦ ହେଉଛି ଏକ ଅପରାଧ। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଆର୍ଥିକ ସମ୍ବଳ ଯୋଗାଉଥିବା ବ୍ୟକ୍ତି କିମ୍ବା ରାଷ୍ଟ୍ର ସମୂହକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏଥିସହ ଆତଙ୍କବାଦୀ ଆକ୍ରମଣରେ ସହିଦ ମାନଙ୍କୁ ତୁରନ୍ତ ନ୍ୟାୟ ମିଳିବା କଥା ବୋଲି ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି।

ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଚୀନ୍‌ ଆଜି ଜୈଶର ନାଁ ରହିଥିବା ସଂକଳ୍ପକୁ ବିରୋଧ କରିଥିଲା। ଏଥିସହ ପୁଲୱାମା କେବଳ ଜମ୍ମୁ-କଶ୍ମୀରରେ ବୋଲି ଏଥିରେ ଉଲ୍ଲେଖ ରହିଥିବାରୁ ଚୀନ୍‌ ଆପତ୍ତି ଉଠାଇଥିଲା। ଜମ୍ମୁ-କଶ୍ମୀର ବଦଳରେ ଭାରତ ଅଧିକୃତ କଶ୍ମୀର କହିବାକୁ ଚୀନ୍‌ କହିଥିଲା। ତେବେ ଜାତିସଂଘରେ ଥିବା ଅନ୍ୟ ୧୪ ଶକ୍ତିଶାଳୀ ରାଷ୍ଟ୍ରର ସଦସ୍ୟମାନେ ଏହାକୁ ବିରୋଧ କରିବାରୁ ଚୀନ୍‌ ବାଧ୍ୟ ହୋଇ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜି ହୋଇଥିଲା।

ଭାରତ, ଫ୍ରାନ୍ସ, ବ୍ରିଟେନ ଭଳି ରାଷ୍ଟ୍ରମାନେ ଜୈଶ ମୁଖ୍ୟ ମାସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ବାରମ୍ବାର ପ୍ରସ୍ତାବ ଦେଉଥିଲେ ହେଁ ଚୀନ୍‌ ନିଜର ଭିଟୋ ପାୱାର ପ୍ରୟୋଗ କରି ଏହାକୁ ରୋକି ଦେଉଥିଲା।



from Odisha Reporter https://ift.tt/2SVj1bk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages