ମୋଦିଙ୍କୁ ସ୍ୱାଗତ: ମହାତ୍ମା ଗାନ୍ଧିଙ୍କ ପ୍ରିୟ ଭଜନ ଗାଇଲେ ଦ. କୋରିଆ ପିଲାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ମୋଦିଙ୍କୁ ସ୍ୱାଗତ: ମହାତ୍ମା ଗାନ୍ଧିଙ୍କ ପ୍ରିୟ ଭଜନ ଗାଇଲେ ଦ. କୋରିଆ ପିଲାଏ

ସୋଲ:‘ସୋଲ ଶାନ୍ତି ପୁରସ୍କାର’ ଗ୍ରହଣ ପାଇଁ ଦକ୍ଷିଣ କୋରିଆ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ବେଳେ ସ୍ଥାନୀୟ ପିଲାମାନେ ଭାରତୀୟ ଭଜନ ଗାଉଥିବାର ଦୃଶ୍ୟ ସମସ୍ତଙ୍କ ମନ ମୋହିଛି।

ବୈଦୈଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଟ୍ୱିଟ୍‌ କରିଥିବା ଏକ ଭିଡିଓରେ ଦକ୍ଷିଣ କୋରିଆର ପିଲାମାନେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରିୟ ଗୁଜରାଟୀ ଭଜନ ‘ବୈଷ୍ଣବ ଜନତୋ ତେନେ କହିୟେ ଯେ’ ଗାଉଥିବାର ଭିଠିଓ ଏବେ ଭାଇରାଲ ହେଉଛି।


ଶୁକ୍ରବାର, ମୋଦି ସମ୍ମାନଜନକ ‘ସୋଲ୍‌ ଶାନ୍ତି ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ପୁରସ୍କାର ଜର୍ମାନ୍‌ର ଚାନ୍ସେଲର ଏଞ୍ଜେଲା ମର୍କେଲ ଏବଂ ଜାତିସଂଘ ମହାସଚିବ କୋଫି ଆନ୍ନନ୍‌ ମଧ୍ୟ ପାଇସାରିଛନ୍ତି। ଏହି ପୁରସ୍କାରକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି ଏହି ପୁରସ୍କାର ସହ ମିଳିଥିବା ଅର୍ଥ ରାଶି ‘ଗଙ୍ଗା ନମାମି’ ପ୍ରକଳ୍ପକୁ ପ୍ରଦାନ କରାଯିବ।



from Odisha Reporter https://ift.tt/2E3mH0j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages