
ଜୟପୁର: ସଂରକ୍ଷଣ ଦାବିରେ ପୁଣିଥରେ ଗର୍ଜିଛନ୍ତି ଗୁଜ୍ଜର ସଂପ୍ରଦାୟର ଶତାଧିକ ଲୋକ। ଆଜି ଗୁଜ୍ଜର ନେତା କିରୋରି ସିଂହ ବୈଂଶଲ ଓ ତାଙ୍କର ଶତାଧିକ ସମର୍ଥକ ରାଜସ୍ଥାନର ସାୱଇ ମାଧୋପୁର ଠାରେ ରେଳ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏହି କାରଣରୁ ପ୍ରଶାସନ ପକ୍ଷରୁ ୩ଟି ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଗୋଟିଏ ଟ୍ରେନ୍ର ଗତିପଥ ବଦଳା ଯାଇଛି। ଗୁଜ୍ଜାର ସଂପ୍ରଦାୟର ଲୋକଙ୍କୁ ସରକାରୀ ଚାକରି ଓ ଶିକ୍ଷା କ୍ଷେତ୍ରରେ ୫% ସଂରକ୍ଷଣ ଦେବାକୁ ଏମାନେ ଦାବି କରିଛନ୍ତି।
ଆନ୍ଦୋଳନର ନେତୃତ୍ୱ ନେଉଥିବା ବୈଂଶଲ କହିଛନ୍ତି, “ସରକାର ୫% ସଂରକ୍ଷଣ ନ ଦେବା ଯାଏ ଆମ ଆନ୍ଦୋଳନ ହଟିବ ନାହିଁ। ସରକାର ତାଙ୍କ ନିର୍ବାଚନୀ ଇସ୍ତାହାରରେ ଆମକୁ ୫% ସଂରକ୍ଷଣ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଏବେ ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରନ୍ତୁ। ଆମେ ୨୦ ଦିନ ହେଲା ସରକାରଙ୍କ ସହ ଆଲୋଚନା କରିବାକୁ ଅପକ୍ଷା କରିଛୁ। କିନ୍ତୁ ଆମ କଥା କେହି ଶୁଣୁନାହାନ୍ତି। ଫଳରେ ଆମେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛୁ।”
from Odisha Reporter http://bit.ly/2MUzwy7
No comments:
Post a Comment