
ଜଗତସିହପୁର (ଓଡ଼ିଶା ରିପୋର୍ଟର): ଜମ୍ମୁ କାଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି। ଜଣେ କଟକ ଜିଲ୍ଲା ରତନପୁର ଗାଁର ମନୋଜ କୁମାର ବେହେରା ହୋଇଥିବା ବେଳେ ଅନ୍ୟ ଜଣେ ଜଗତସିଂହପୁର ଜିଲ୍ଲା ନୂଆଗାଁର ପ୍ରସନ୍ନ କୁମାର ସାହୁ।
ପ୍ରସନ୍ନ ସିଆରପିଏଫ୍ ୬୧ ବାଟାଲିୟନରେ ହାବିଲଦାର ଭାବେ ମୁତୟନ ଥିଲେ। ଗତକାଲି ଆତଙ୍କୀ ଆକ୍ରମଣରେ ସହିଦ ହେବା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ତେବେ ପ୍ରସନ୍ନଙ୍କ ଏହି ବଳିଦାନ ପାଇଁ ଗର୍ବିତ ଥିବା ତାଙ୍କ ଝିଅ କହିଛନ୍ତି।
ସହିଦ ପ୍ରସନ୍ନଙ୍କ ଝିଅ କହିଛନ୍ତି, “ବାବା ଦେଶ ପାଇଁ ଜୀବନ ଦେଇଥିବାରୁ ମୁଁ ଓ ମୋ ପରିବାର ଗର୍ବିତ। ହେଲେ ମୁଣ୍ଡ ଉପରେ ଥିବା ବାବାଙ୍କ ହାତ ଖସି ଯାଇଛି, ଯାହା କଷ୍ଟ ଦେଉଛି। ଦେଶ ପାଇଁ କିଛି କରିବାର ତାଙ୍କ ଇଚ୍ଛା ପୂରଣ ହୋଇଛି।”
ପୁଲୱାମାରେ ସହିଦ ଯବାନ ପ୍ରସନ୍ନ କୁମାର ସାହୁ ଝିଅ ବାପାଙ୍କ ବଳିଦାନ ପାଇଁ ନିଜକୁ ଗର୍ବିତ ମନେ କରନ୍ତି। ବାପାଙ୍କ ଏହି ବଳିଦାନକୁ ନେଇ କ’ଣ କହୁଛନ୍ତି, ଶୁଣନ୍ତୁ ଭିଡିଓରେ #Odisha #PulwanaAttack pic.twitter.com/yKH1YtyW1k
— Odisha Reporter (@OdishaReporter) February 15, 2019
from Odisha Reporter http://bit.ly/2SPxKUl
No comments:
Post a Comment