ପତ୍ନୀଙ୍କୁ କହିଥିଲେ ଶ୍ରୀନଗରରେ ପହଞ୍ଚି ଫୋନ୍‌ କରିବି, ହେଲେ ଆସିଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ପତ୍ନୀଙ୍କୁ କହିଥିଲେ ଶ୍ରୀନଗରରେ ପହଞ୍ଚି ଫୋନ୍‌ କରିବି, ହେଲେ ଆସିଲା…

କଟକ (ଓଡ଼ିଶା ରିପୋର୍ଟର): ଜମ୍ମୁ କାଶ୍ମୀର ପୁଲଓ୍ୱାମାରେ ଗତକାଲି ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି। ଏହି ଦୁଇ ଯବାନ ହେଲେ ଜଗତସିଂହପୁର ଜିଲ୍ଲା ନୂଆଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ରତନପୁର ଗାଁର ମନୋଜ କୁମାର ବେହେରା।

ସିଆରପିଏଫ୍ କନେଷ୍ଟବଲ୍ ଭାବେ କାର୍ଯ୍ୟରତ ମନୋଜ ଗତକାଲି ପତ୍ନୀଙ୍କୁ ଫୋନ୍‌ କରି କଥା ହୋଇଥିଲେ। ଶ୍ରୀନଗର ଯିବାର ଅଛି ବୋଲି କହିଥିଲେ। ମନୋଜଙ୍କ ସହିଦ ହେବା ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ପତ୍ନୀ। ହୃଦୟରେ କୋହକୁ ଚାପି ଗତକାଲି ମନୋଜଙ୍କ ସହ ହୋଇଥିବା ସେହି ଶେଷ ପଦ କଥା କହିଛନ୍ତି। ଯାହା ଶୁଣିଲେ ହୃଦୟ ଫାଟି ପଡୁଛି।

ଫୋନ୍‌ରେ ପତ୍ନୀଙ୍କୁ ମନୋଜ କହିଥିଲେ, “ଶ୍ରୀନଗର ଯିଉଛି। ରାସ୍ତା କ୍ଲିୟର୍‌ ନଥିବାରୁ କିଛି ସମୟ ପରେ ବାହାରିବି। ଶ୍ରୀନଗର ଯିବାକୁ ରାତି ସାଢ଼େ ୩ଟାରୁ ଉଠିଲିଣି। ପହଞ୍ଚି ଫୋନ୍‌ କରିବି।

ଘଟଣା ସମ୍ପର୍କରେ ସିଆରପିଏଫ୍ ପକ୍ଷରୁ ମନୋଜଙ୍କ ସମ୍ପର୍କୀୟଙ୍କୁ ଗତକାଲି ସୂଚନା ଦିଆଯାଇଥିଲା। ଏହାପରେ ବନ୍ଧୁ, ପରିଜନ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

କିଛିଦିନ ତଳେ ମନୋଜ ଛୁଟିରେ ଘରକୁ ଆସି କର୍ମକ୍ଷେତ୍ରକୁ ଫେରିଥିଲେ ।



from Odisha Reporter http://bit.ly/2S0hSd6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages