ରାଜଧାନୀରେ ବୁଲୁଛି ବାଘ: ଧରିବା ପାଇଁ ବସିଲା ଯନ୍ତା, ଲାଗିଲା ସିସିଟିଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ରାଜଧାନୀରେ ବୁଲୁଛି ବାଘ: ଧରିବା ପାଇଁ ବସିଲା ଯନ୍ତା, ଲାଗିଲା ସିସିଟିଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଭୁବନେଶ୍ୱରରେ ବୁଲୁଛି କଲରାପତରିଆ ବାଘ। କେତେବେଳେ କେଉଁଠି ଯେ ହଠାତ ଉଭା ହୋଇଯିବ,କାହାକୁ ଜଣାନାହିଁ। ତେବେ ସହର ଭିତରେ ଘୂରି ବୁଲୁଥିବା ବାଘକୁ କାବୁ କରିବା ପାଇଁ ବନ ବିଭାଗ ଆରମ୍ଭ କରିଛି ‘ଅପରେସନ୍‌ ଲେପାର୍ଡ ’। ଉଦ୍ଧାରକାରୀ ଦଳ ଯନ୍ତା, ଟ୍ରାପିଂ ନେଟ୍‌ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ ସହ ପ୍ରସ୍ତୁତ ରହିଛି। ବାଘକୁ ଆକୃଷ୍ଟ କରିବା ପାଇଁ ଯନ୍ତାରେ ଛେଳି ଓ କୁକୁଡ଼ା ଛାଡ଼ି ତା’ର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ବନ ବିଭାଗ। ଏହାଛଡ଼ା ବାଘ ଦେଖାଯାଇଥିବା ଅଞ୍ଚଳରେ ସିସିଟିଭି ମଧ୍ୟ ଲଗା ଯାଇଛି।

ଗତ ରବିବାର ରାତିରେ ଏୟାରପୋର୍ଟ ନିକଟବର୍ତ୍ତୀ ପଲ୍ଲାସପଲ୍ଲୀ ଅଞ୍ଚଳରେ କଲରାପତରିଆ ବାଘ ଦେଖିବାକୁ ମିଳିଥିଲା। ଏହି ଖବର ପ୍ରକାଶ ପାଇବା ପରେ ବାଘକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅଭିଯାନ। ଏଥିପାଇଁ ପୁରୁଣା ଏୟାରପୋର୍ଟକୁ ଯାଇଥିବା ରାସ୍ତାକୁ ସଂପୂର୍ଣ୍ଣ ସିଲ୍‌ କରି ଦିଆଯାଇଛି।

ଏୟାରପୋର୍ଟର ଘଞ୍ଚ ବୁଦାଥିବା ଅଞ୍ଚଳର ସ୍ୟାଟେଲାଇଟ୍‌ ଫୁଟେଜକୁ ଆକଳନ କରିବା ପରେ ଆରମ୍ଭ ହୋଇଛି ଅପରେସନ। ଆଉ ଏଥିରେ ସାମିଲ ହୋଇଛନ୍ତି ବନବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଓୟୁଏଟିର ଭେଟେରିନାରୀ ଡାକ୍ତର। ବାଘ ଯେପରି ଜନବସତି ଭିତରକୁ ନ ପଶିବ, ବାଘ ସହିତ ସାଧାରଣ ଲୋକଙ୍କ ଜୀବନ ଯେପରି ସୁରକ୍ଷିତ ରହିବ, ତାକୁ ଆଧାର କରି ଚାଲିଛି ଅପରେସନ। ହେଲେ ଦିନ ତମାମ ବହୁ ଖୋଜାଖୋଜି ପରେ ମଧ୍ୟ ଏଯାଏ ବାଘର ସନ୍ଧାନ ମିଳିନି।

ଚନ୍ଦକା ଡିଏଫ୍‌ଓ କେଦାର ସ୍ୱାଇଁ କହିଛନ୍ତି-“ବାଘକୁ କିପରି ସୁରକ୍ଷିତ ଭାବେ କାବୁ କରାଯାଇପାରିବ, ତାହା ଉପରେ ବିଶେଷ ଧ୍ୟାନ ଦିଆଯାଉଛି।”

ଏପଟେ ମଙ୍ଗଳବାର ପୁଣି ଥରେ ବାଘକୁ ଦେଖିଥିବା କହିଛନ୍ତି ଏୟାରପୋର୍ଟର ସୁରକ୍ଷା ଓ୍ୱାଚ୍‌ ଟାଓ୍ୱାରରେ ଡ୍ୟୁଟି କରୁଥିବା ସିଆଇଏସ୍‌ଏଫ୍‌ ଯବାନ। ତାଙ୍କ କହିବା ଅନୁସାରେ ବାଘଟି ଏୟାରପୋର୍ଟ ପ୍ରାଚୀର ଡେଇଁ ଏଟିସି ଟାଓ୍ୱାର ନିକଟ ଘଞ୍ଚ ବୁଦା ଭିତରକୁ ଆସିଥିଲା। ଆଉ ତା’ପରେ ସକାଳୁ ସକାଳୁ ବନବିଭାଗ ଟିମ୍‌ ଉକ୍ତ ସ୍ଥାନରେ ବାଘ ଲୁଟି ରହିଥିବା ଅନୁମାନ କରି ଚଳାଇଥିଲେ ଅପରେସନ। କିନ୍ତୁ ତନ୍ନ ତନ୍ନ କରି ଖୋଜିବା ସତ୍ତ୍ୱେ ବି କଲରାପତରିଆର ସନ୍ଧାନ ମିଳିନଥିଲା।



from Odisha Reporter http://bit.ly/2XefnHN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages