
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ୪୦ ଜଣ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ଆଜି ନାଲ୍କୋ କର୍ପୋରେଟ ଅଫିସରେ ଏକ ଶୋକସଭା ହୋଇଯାଇଛି। ଏଥିରେ ମାନ୍ୟତାପ୍ରାପ୍ତ କର୍ମଚାରୀ ସଂଘ “ନାଲକୋ ଏମ୍ପ୍ଲଇଜ୍ ଫୋରମ୍”ର ସମସ୍ତ ସଦସ୍ୟ, କାର୍ଯ୍ୟକର୍ତ୍ତା ଓ ନାଲ୍କୋର ସମସ୍ତ କର୍ମଚାରୀମାନେ ଯୋଗଦେଇ ସହିଦଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହି ସମୟରେ ନାଲକୋ ଏମ୍ପ୍ଲଇଜ୍ ଫୋରମ୍ର ସାଧାରଣ ସମ୍ପାଦକ ପ୍ରଦୀପ୍ତ କିଶୋର ଦାସ ସମସ୍ତ କର୍ମଚାରୀଙ୍କ ତରଫରୁ ଅମର ଯବାନମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
from Odisha Reporter http://bit.ly/2SdVcpQ
No comments:
Post a Comment