
ବିଜାପୁର: ନକ୍ସଲ ପ୍ରବଣ ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ଆଜି ବଡ଼ ଧରଣର ସଫଳତା ମିଳିଛି। ଆଜି ମଧ୍ୟାହ୍ନରେ ବିଜାପୁର ଜଙ୍ଗଲରେ ସଙ୍ଘଟିତ ଏନ୍କାଉଣ୍ଟରରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି। ସେହିପରି ଏକାଧିକ ନକ୍ସଲ ଆହତ ହୋଇଥିବା ଜଣାପଡ଼ିଛି। ମୃତ ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ସ୍ଥାନୀୟ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ମଧ୍ୟାହ୍ନ ପ୍ରାୟ ୧୧ଟା ବେଳେ ବିଜାପୁର ଜିଲ୍ଲା ମାଦ ଅଞ୍ଚଳର ଉତ୍ତର ଇନ୍ଦ୍ରାବତୀ ଅଞ୍ଚଳର ଟାକିଲୋଡ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବାର ଖବର ମିଳିଥିଲା। ଏହାପରେ ଡିଆରଜି ଓ ସ୍ପେଶାଲ ଟାକ୍ସ ଫୋର୍ସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।
ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା। ଦୀର୍ଘ ସମୟଧରି ଚାଲିଥିବା ଏହି ଏନ୍କାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଥିଲେ।
ସର୍ଚ୍ଚ ଅପରେସନ ବେଳେ ୧୦ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ୧୧ଟି ବନ୍ଧୁକ ସହ ବିପୁଳ ବିସ୍ଫୋରକ ଜବତ ହୋଇଥିବାରୁ ଆହୁରି ଅନେକ ମାଓବାଦୀ ପ୍ରାଣ ହରାଇଥିବାର ସମ୍ଭାବନା ରହିଛି ବୋଲି ଡେପୁଟି ଆଇଜି(ନକ୍ସଲ ଦମନ ଅପରେସନ) ସୁନ୍ଦରାଜ ପି କହିଛନ୍ତି।
ଅନ୍ୟଏକ ରିପୋର୍ଟ ଅନୁସାରେ, ଏହି ଅଞ୍ଚଳରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିଲା ଏବଂ ଏହି ଟ୍ରେନିଂ କ୍ୟାମ୍ପ ଉପରେ ହିଁ ସୁରକ୍ଷାକର୍ମୀମାନେ ଗୁଳି ମାଡ଼ କରିଥିଲେ ବୋଲି କୁହାଯାଇଛି।
from Odisha Reporter http://bit.ly/2Gudl0m
No comments:
Post a Comment