
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ବ୍ୟକ୍ତି ବାସ୍ତୁ ହିସାବରେ ଠାକୁର ଘରକୁ ତିଆରି କରିଥାନ୍ତି। ଏହା ସହିତ ଠାକୁର ଘରେ ଅଲଗା ଅଲଗା ସ୍ଥାନ ଓ ଦିଗ ରହିଥାଏ। କିନ୍ତୁ ଅନେକ ସମୟରେ ଠିକ୍ ପରାମର୍ଶ ନ ମିଳିବା କାରଣରୁ ଠାକୁର ଘରର ଦିଗ ଭୁଲ୍ ହୋଇ ଯାଇଥାଏ। କୁହାଯାଏ କି ଏପରି ଭୁଲ୍ କରିବା ଦ୍ୱାରା ଆପଣଙ୍କ ଘରେ ଏହାର କୁପ୍ରଭାବ ପଡ଼ିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂଜା ସ୍ଥାନ ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ କରିବା ଶୁଭ ହୋଇଥାଏ।
ଏହି ଦିଗରେ ଠାକୁର ଘର ରହିବା ଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ତେବେ ପୂଜାଘରେ କିଛି ଜିନିଷ ରଖିବାକୁ ବାରଣ କରାଯାଇଥାଏ। ଯାହାଦ୍ୱାରା ଆପଣଙ୍କ ଘର ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ପୂଜା ଘରେ ରଖିବା ଉଚିତ୍ ନୁହେଁ।
୧. ପୂଜା ଘରେ ସମସ୍ତେ ଗଣେଶଙ୍କର ମୂର୍ତ୍ତି ରଖିବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ପୂଜା ଘରେ ତିନୋଟି ଗଣେଶ ମୂର୍ତ୍ତି ରଖିବା ଉଚିତ୍ ନୁହେଁ। ଏହାକୁ ଅଶୁଭ ବୋଲି କୁହାଯାଇଥାଏ। ତେଣୁ ପୂଜା ଘରେ ଗଣେଶଙ୍କର ଗୋଟିଏ ମୂର୍ତ୍ତି ରଖନ୍ତୁ।
୨. ସେହିପରି ପୂଜା ଘରେ ଶଙ୍ଖ ରଖିବା ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ଗୋଟିଏ ଶଙ୍ଖ ରଖନ୍ତୁ। ଏକାଧିକ ଶଙ୍ଖ ରଖିବାକୁ ଅଶୁଭ କାରକ ବୋଲି କୁହାଯାଇଥାଏ।
୩. ଯଦି ଆପଣ ଭଗବାନ ଶିବଙ୍କର ଭକ୍ତ ତେବେ ପୂଜା ଘରେ ଶିବଲିଙ୍ଗ ରଖିଥାନ୍ତି। ଏହାକୁ ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ମନେ ରଖନ୍ତୁ ଶିବଲିଙ୍ଗ କେବଳ ଆଙ୍ଗୁଠି ଉଚ୍ଚାର ହିଁ ରଖନ୍ତୁ। ଏହାଠାରୁ ବଡ଼ ଶିବଲିଙ୍ଗ ରଖିବା ଅଶୁଭ ହୋଇଥାଏ।
୪. ଶାସ୍ତ୍ର ଅନୁସାରେ ଭାଙ୍ଗି ଯାଇଥିବା ମୂର୍ତ୍ତି ପୂଜା ଘରେ ରଖିବା ଉଚିତ୍ ନୁହେଁ। ମୂର୍ତ୍ତି ଭାଙ୍ଗିଗଲେ ଏହାକୁ ନଦୀରେ ଭସାଇ ଦିଅନ୍ତୁ।
୫. ସେହିପରି ପୂଜା ସମୟରେ ଭଙ୍ଗା ଦୀପର ବ୍ୟବହାର କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହା ଅଶୁଭ ସଙ୍କେତ ଆଣିଥାଏ।
from Odisha Reporter http://bit.ly/2WKjI5q
No comments:
Post a Comment