ଭାରତୀୟ ସେନାକୁ କୋଟିଏ ଟଙ୍କା ଦାନ କରିବେ ଲତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ଭାରତୀୟ ସେନାକୁ କୋଟିଏ ଟଙ୍କା ଦାନ କରିବେ ଲତା

ମୁମ୍ବାଇ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଭିତରେ ସ୍ଥିତି ଗମ୍ଭୀର ହୋଇଯାଇଛି। ଗତକାଲି ଭାରତୀୟ ବାୟୁସେନା ପାକିସ୍ତାନୀ ଆତଙ୍କବାଦ ସଂଗଠନ ଜୌଶ-ଏ-ମହମ୍ମଦଙ୍କ ବେଶ୍‌ କ୍ୟାମ୍ପ ଉପରେ ଆକ୍ରମଣ କରିବା ଘଟଣା ମାହୋଲକୁ ଆହୁରି ଉତପ୍ତ କରିଦେଇଛି। କେବଳ ରାଜନୈକ ସ୍ତରରେ ନୁହେଁ କଳା କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ପାକିସ୍ତାନୀ କଳାକାରଙ୍କୁ ବାସନ୍ଦ କରିଛି ବଲିଉଡ ଏହିପରିପ୍ରେକ୍ଷୀରେ ବଲିଉଡ୍‌ ମଧ୍ୟ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି। ଅମିତାଭ ବଚ୍ଚନ, ଖୟାମଙ୍କ ପରେ ଏବେ କୋକିଳ କଣ୍ଠି ଲତା ମଙ୍ଗେସ୍‌କର୍‌ ମଧ୍ୟ ଭାରତୀୟ ସେନାଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଛନ୍ତି।

ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଲତା କହିଛନ୍ତି ଯେ ସେ, ଆସନ୍ତା ଏପ୍ରିଲ ୨୪ରେ ପିତା ଦିନାନାଥ ମଙ୍ଗେସ୍‌କର୍‌ଙ୍କ ପୁଣ୍ୟତିଥି ଅବସରରେ ସେ ଭାରତୀୟ ସେନାବାହିନୀକୁ ୧ କୋଟି ଟଙ୍କା ଦାନ କରିବେ। ଏଥିସହ ଲତା କହିଥିଲେ, ‘ଗତବର୍ଷ ମୋ ଜନ୍ମଦିନରେ ମୁଁ ସମସ୍ତଙ୍କୁ କହିଥିଲି ଯେ, ମତେ ଉପହାର ଓ ଫୁଲ ପଠାଇବା ବଦଳରେ ଯବାନମାନଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ। ଲୋକମାନେ ମୋର ଅନୁରୋଧକୁ ସକାରାତ୍ମକ ଭାବେ ନେଇଥିଲେ। ଆଜି ବି ମୁଁ ପୁଣି ଥରେ ସେଇ କଥାକୁ ଦୋହରାଉଛି।

ପୁଲୱାମା ଆକ୍ରମଣରେ ସିଆରପିଏଫ୍‌ ଯବାନ ସହିଦ ହେବା ପରେ ଲତା ମଧ୍ୟ ଅନେକ ଦୁଃଖୀ ହୋଇଯାଇଥିଲେ। ସେ ଟ୍ୱିଟ୍‌ କରି ପୁଲୱାମା ଆକ୍ରମଣର କଡ଼ା ନିନ୍ଦା କରିଥିଲେ। ଏଥିସହିତ ଲତା ସହିଦ୍‌ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଥିଲେ।



from Odisha Reporter https://ift.tt/2EAm7J2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages