ପାକିସ୍ତାନ ବନ୍ଦ କଲା ସବୁ ଏୟାରପୋର୍ଟ ଓ ବାୟୁସୀମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ପାକିସ୍ତାନ ବନ୍ଦ କଲା ସବୁ ଏୟାରପୋର୍ଟ ଓ ବାୟୁସୀମା

ଇସ୍‌ଲାମାବାଦ: ଭାରତୀୟ ଯୁଦ୍ଧ ବିମାନ ପାକିସ୍ତାନର ଏଫ୍‌-୧୬ ବିମାନକୁ ଖସାଇବା ପରେ ଏବେ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି। ପାକ୍‌ ସେନାର ବିମାନ ଜମ୍ମୁ-କଶ୍ମୀରର ନୌଶେରା ଓ ପୁଞ୍ଚଠାରେ ସୀମା ଉଲ୍ଲଙ୍ଘନ କରିବାରୁ ଭାରତ ଏହାର ଜବାବ ଦେଇଥିଲା।

ଏହାପରେ ପାକିସ୍ତାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ସବୁ ଏୟାରପୋର୍ଟରୁ ଉଡ଼ାଣ ବନ୍ଦ କରି ଦେଇଛି। ସେହିପରି ବାୟୁସୀମାକୁ ମଧ୍ୟ ସିଲ କରିଛି। ଲାହୋର, ମୁଲତାନ, ଫୈସଲାବାଦ, ସିଆଲକୋଟ ଓ ଇସ୍‌ଲାବାଦରୁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଛି। ଏଥିଯୋଗୁ ଭାରତ ଓ ପାକିସ୍ତାନର ବାୟୁ ସୀମା ଦେଇ ଯାତାୟାତ କରୁଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।



from Odisha Reporter https://ift.tt/2VhjOQy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages