
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଆଉ ତାଙ୍କୁ ଟ୍ରଲ୍ କରାଯିବାକୁ ନେଇ ଏବେ ସିଦ୍ଧୁ ସିଧାସଳଖ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି।
ସିଦ୍ଧୁ ମୋଦିଙ୍କୁ ଟ୍ୱିଟ୍ କରି କହିଛନ୍ତି, “ମାନନୀୟ ପ୍ରଧାନମନ୍ତ୍ରୀ ଆପଣ ଯେଉଁ କଥା କହିବେ ତାହା ଦେଶପ୍ରେମ, ଆମେ କହିଲେ ତାହା ଦେଶଦ୍ରୋଦୀ। ସତ୍ୟ ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଆପଣଙ୍କ ଭଡ଼ାଟିଆ ଟ୍ରଲ୍କୁ ମୁଁ ଡରେ ନାହିଁ।“
ସିଦ୍ଧୁ ଅନ୍ୟ ଏକ ଟ୍ୱିଟ୍ରେ କହିଥିଲେ, “କେତେ ନିର୍ବାଚନ ଜିତିଲ? ହାରିଯାଇଥିବା ବ୍ୟକ୍ତିଙ୍କ ସାହାରା ପୁରୁଣା ଜୟଚନ୍ଦ୍ର ଦୁଇଟି ହାରିଲ।”
ପୂର୍ବରୁ ସିଦ୍ଧୁ ତାଙ୍କ ମନ୍ତବ୍ୟରେ କହିଥିଲେ, “କିଛି ଲୋକଙ୍କର ଭୁଲ୍ ପାଇଁ ସମ୍ପୂର୍ଣ୍ଣ ପାକିସ୍ତାନକୁ ଦୋଷୀ କୁହାଯାଇପାରିବ ନାହିଁ। ଆତଙ୍କବାଦର କୌଣସି ଧର୍ମ କିମ୍ୱା ଦେଶ ନାହିଁ।“ ସିଦ୍ଧୁଙ୍କର ଏହି ମନ୍ତବ୍ୟ ପରେ ସୋଶାଲ ମିଡିଆରେ ବିରୋଧୀ ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ଏପରିକି ତାଙ୍କ ଦଳ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଟ୍ୱିଟ୍ କରି କହିଥିଲେ, “ ସିଦ୍ଧୁ ସାହେବ, ଆପଣଙ୍କ ସାଙ୍ଗ ଇମ୍ରାନ୍ ଖାନ୍ଙ୍କୁ ଆତଙ୍କବାଦ ବନ୍ଦ କରିବା ପାଇଁ ଟିକେ ବୁଝାନ୍ତୁ। ତାଙ୍କ ପାଇଁ ହିଁ ଆଜି ଦେଶର ପରିସ୍ଥିତି ଏପରି। “
ସିଦ୍ଧୁଙ୍କର ଏପରି ବିବାଦୀୟ ମନ୍ତବ୍ୟ ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସିଦ୍ଧୁଙ୍କୁ କଡ଼ା ଜବାବ ଦେଇଥିଲେ ଓ କହିଥିଲେ, “ପାକିସ୍ତାନକୁ ନିଜର ବନ୍ଧୁ ଭାବୁଥିବା ଲୋକ ହେଉଛନ୍ତି, ଆଧୁନିକ ଭାରତର ଜୟଚନ୍ଦ୍ର। ଜଣେ ଭାରତୀୟ ହିସାବରେ ମୁଁ ଏହା ଚିନ୍ତା କରେ ଯେ, ମାନସିକ ବିକାରଗ୍ରସ୍ତ ପାକିସ୍ତାନୀଙ୍କୁ ଉଚିତ୍ ଜବାବ ଦେବା ଉଚିତ। ଭବିଷ୍ୟତରେ ଭାରତର ଯବାନ ଏପରି ଲୋକଙ୍କୁ ଉଚିତ୍ ଜବାବ ଦେବେ।“
ସୂଚନାଯୋଗ୍ୟ ଯେ, ଜୟଚନ୍ଦ୍ର କନୌଜ ସାମ୍ରାଜ୍ୟର ରାଜା ଥିଲେ। ଯିଏ ୧୧୯୨ ମସିହା ଯୁଦ୍ଧରେ ପୃଥ୍ୱୀରାଜ ଚୌହାନଙ୍କ ଉପରେ ଆକ୍ରମଣ କରିବା ପାଇଁ ମହମ୍ମଦ ଘୋରୀଙ୍କ ସହିତ ହାତ ମିଶାଇଥିଲେ।
from Odisha Reporter https://ift.tt/2NiJwBt
No comments:
Post a Comment