ଗୋଟିଏ ଭୋଟ୍‌ ପାଇଁ ଓସ୍କାର ଦୌଡ଼ରେ ପଛରେ ପଡ଼ିଯାଇଥିଲା ଏହି ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଗୋଟିଏ ଭୋଟ୍‌ ପାଇଁ ଓସ୍କାର ଦୌଡ଼ରେ ପଛରେ ପଡ଼ିଯାଇଥିଲା ଏହି ଫିଲ୍ମ

nargis

 

ମୁମ୍ବାଇ: ଭାରତରେ ଶ୍ରେଷ୍ଠ ଫିଲ୍ମଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ‘ମଦର ଇଣ୍ଡିଆ’। ଯାହା କି ଦେଶ ନୁହେଁ ପୂରା ଦୁନିଆର ଏକ  ସଫଳ ଫିଲ୍ମ। ଏହା ଭାରତର ସବୁଠୁ ଐତିହାସିକ  ଫିଲ୍ମ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ୧୯୫୭ ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ଲୋକପ୍ରିୟତାର ପ୍ରଭାବ ଏତେ ଥିଲା ଯେ, ତାକୁ  ସେହି ବର୍ଷ ଓସ୍କାର୍‌ ଆୱାର୍ଡ୍‌ରେ ସର୍ବଶ୍ରେଷ୍ଠ ବିଦେଶୀ ଫିଲ୍ମ ପାଇଁ ନୋମିନେଟ୍‌ କରାଯାଇଥିଲା।

କିନ୍ତୁ ଦୁଭାଗ୍ୟ, ଏହି ଫିଲମ୍ ପୁରସ୍କାର ପାଇ ନ ଥିଲା। ମାତ୍ର ଗୋଟିଏ ଭୋଟ୍‌ ପାଇଁ ଓସ୍କାର ଦୌଡ଼ରେ ପଛରେ ପଡ଼ିଯାଇଥିଲା  ‘ମଦର ଇଣ୍ଡିଆ’।  ତୃତୀୟ ଥର ମନୋନୟନ ପରେ ବି  ଓସ୍କର ଭଳି ପୁରସ୍କାର ହାତେଇ ପରି ନ ଥିଲା। ସେହି ବର୍ଷ ଶ୍ରେଷ୍ଠ ଫରେନ୍‌ ଫିଲ୍ମ ଆୱାର୍ଡ ଇଟାଲିଅନ୍‌ ପ୍ରଯୋଜକ  ଡିନୋ ଡେ ଲରେଣ୍ଟିସ୍‌ଙ୍କ ଫିଲ୍ମ ‘ନାଇଟ୍‌ସ ଅଫ୍‌ କେବି ରିୟା’କୁ ମିଳିଥିଲା।

ମେହେବୁବ୍‌ ଖାନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ମଦର ଇଣ୍ଡିଆ’ରେ ନରଗିସ୍‌ ରାଧା ଚରିତ୍ରରେ ଅଭିନୟ କରିଥିଲେ। ରାଧାଙ୍କ ସ୍ୱାମୀ ସ୍ୟାମୁଙ୍କ ଦୁର୍ଘଟଣା ହୋଇଯାଏ। ଫଳରେ ସେ କାମ କରିବାକୁ ଅସମର୍ଥ ହୋଇ ଯାଆନ୍ତି। ଗାଁ ଲୋକଙ୍କ ଟାହିଟାପରା ଯୋଗୁ ସେ ଘର ଛାଡ଼ି ଦିଅନ୍ତି।  ଆଉ ଦୁଇ ପିଲାଙ୍କ ଦାୟିତ୍ୱ ରାଧାଙ୍କ ଉପରେ ଆସିଯାଏ। ଅନାହାର, ଝଡ଼, ତୋଫାନ ଓ ନଈ ବଢ଼ି ଭଳି କଠିନ ପରିସ୍ଥିତିରେ ରାଧା ନିଜ ପିଲାଙ୍କୁ ପାଳି ପୋଷି ବଡ଼ କରେ। ଫିଲ୍ମର କ୍ଲାଇମାକ୍ସରେ  ମା’ର ତ୍ୟାଗ ଓ ସଙ୍ଘର୍ଷ ଯୋଗୁ ତାକୁ ମଦର ଇଣ୍ଡିଆର ଆଖ୍ୟା ଦିଆଯାଏ।

ପ୍ରକାଶ ଥାଉକି, ଫିଲ୍ମଟି ଗୁଜୁରାଟ୍‌ର ସୁରତ ସହରରେ ଏକ ଗାଁରେ ଶୁଟିଂ ହେଉଥିଲା।  ସେ ସମୟରେ ନରଗିସ୍‌ଙ୍କୁ କୁହାଯାଉଥିଲା ତାଙ୍କୁ ନିଆଁପାଖରେ କୌଣସି ସିନ୍‌ କରିବାକୁ ପଡିବ। ଆଉ ସେ ସମୟରେ ପବନର ଦିଗ ପରିବର୍ତ୍ତନ ଯୋଗୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ଆଉ ନରଗିସ୍‌ ତା’ ଭିତରେ ଫସି ଯାଇଥିଲେ। ଫିଲ୍ମରେ ନରଗିସ୍‌ଙ୍କ ପୁଅ ଭୂମିକାରେ  ଅଭିନୟ କରିଥିବା ସୁନୀଲ୍ ଦତ୍ତ ତାଙ୍କୁ ରକ୍ଷା କରିବାକୁ ଯାଇ ସେ କମ୍ବଲ ନେଇ ନିଆଁ ଭିତରକୁ ଡେଇଁ ପଡ଼ିଥିଲେ। ଆଉ ନରଗିସ୍‌ଙ୍କୁ  ବଞ୍ଚେଇଥିଲେ। ସେ ସମୟରେ ସୁନୀଲ୍‌ଙ୍କ ମୁହଁ ଓ ଛାତିରେ ଖୁବ୍‌ ଆଘାତ ଲାଗିଥିଲା। ଆଉ ତାଙ୍କୁ ଖୁବ୍‌ ଜ୍ୱର ହୋଇଯାଇଥିଲା। ନରଗିସ୍‌ ସେ ସମୟରେ ତାଙ୍କୁ ଖୁବ୍‌ ସାହାଯ୍ୟ କରିଥିଲେ ଓ ତାଙ୍କର ଦେଖାଚାହାଁ ମଧ୍ୟ କରିଥିଲେ। ଖବର ମୁତାବକ, ଏହି ଘଟଣା ପରେ  ନରଗୀସ୍‌ଙ୍କର ସୁନୀଲ୍‌ଙ୍କ ପ୍ରତି  ଆକର୍ଷିତ ହୋଇଥିଲେ। ଆଉ ପରେ ଦୁହେଁ ବିବାହ କରି ନେଇଥିଲେ।

 



from Odisha Reporter https://ift.tt/2NjBiJn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages