ନାରୀ ବେଶରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ନାରୀ ବେଶରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

deadbody

ସୋର (ଶଶିକାନ୍ତ ବେହେରା):  ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତଦେହକୁ ନାରୀବେଶରେ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି କର୍ଣ୍ଣାଟକାର ବେଙ୍ଗାଲୁରୁରେ।

ମୃତ ଯୁବକଙ୍କ ନାଁ ଉମାକାନ୍ତ ବେହେରା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଞ୍ଚାୟତ ବିରିପଡ଼ା ଗାଁରେ।

ସେ କିଛି ଦିନ ତଳେ ବେଙ୍ଗାଲୁରୁ ଯାଇ କେଙ୍ଗେରୀ ଅଞ୍ଚଳରେ ଥିବା ଏକ କମ୍ପାନୀରେ କାମ କରୁଥିଲେ। ଗତକାଲି ରାତିରେ ସେ କାମ କରୁଥିବା କଂପାନୀର ଏକ ରୁମ୍‌ରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ସେହି ରୁମ୍‌ରେ ରହୁଥିଲେ। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କ ମୃତଦେହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଶାଢ଼ି ପିନ୍ଧିଥିଲେ। ତା’ସହିତ ଚୁଡ଼ି ଓ ସିନ୍ଦୁର ଲଗାଇଥିଲେ।

ପୁଲିସ୍ ଘଟଣାର ତଦନ୍ତ କରୁଛି। ଏହା ଏକ ହତ୍ୟା ନା ଆତ୍ମହତ୍ୟା ଘଟଣା, ତାହା ସ୍ପଷ୍ଟ ହୋଇପାରିନି।



from Odisha Reporter http://bit.ly/2STSb2j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages