
ୱାଶିଂଟନ୍: ୧୪ ଫେବୃଆରୀ ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲଟନ୍ଙ୍କ ସହିତ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଆଲୋଚନା ପରେ ଭାରତର ଆତ୍ମରକ୍ଷା ଅଧିକାର ବା ରାଇଟ ଟୁ ସେଲ୍ଫ ଡିଫେନ୍ସକୁ ଆମେରିକା ସମର୍ଥନ ଜଣାଇଛି।
ଶୁକ୍ରବାର ସକାଳେ ଡୋଭାଲଙ୍କ ସହିତ ଜନ୍ ଟେଲିଫୋନ୍ ଯୋଗେ କଥା ହୋଇଥିବା ଜଣାଯାଇଛି। ସେ ଭାରତର ଏଭଳି ସ୍ଥିତିରେ ସମବେଦନା ଜଣାଇବା ସହିତ ଆତଙ୍କବାଦର ନିପାତ ପାଇଁ ପ୍ରୟାସ କ୍ଷେତ୍ରରେ ଆମେରିକାର ପୂର୍ଣ୍ଣ ସମର୍ଥନ ଥିବା କଥା ଜଣାଥିଲେ।
ସମବେଦନା ଜଣାଇ ଜନ୍ କହିଛନ୍ତି, “ମୁଁ ଆଜି ଡୋଭାଲଙ୍କୁ କହିଲି ଆମେ ଭାରତର ଆତ୍ମରକ୍ଷା ଅଧିକାରକୁ ସମର୍ଥନ ଜଣାଉଛୁ। ଆଜି ସକାଳ ସମେତ ମୁଁ ତାଙ୍କ ସହ ୨ଥର କଥା ହୋଇସାରିଲିଣି ଏବଂ ଆମେରିକା ପକ୍ଷରୁ ସମବେଦନା ଜଣାଇଛି।”
ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ବାବଦରେ ଆମେରିକା ନିଜର ପକ୍ଷ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିସାରିଛି ବୋଲି ସେ କହିଥିଲେ। ଆଗକୁ ମଧ୍ୟ ପାକିସ୍ତାନ ସହିତ ସମସ୍ତ ଆଲୋଚନା ବେଳେ ଆମେରିକାର ମତ ସମାନ ରହିବ।
from Odisha Reporter http://bit.ly/2S6LKEx
No comments:
Post a Comment