ରାଲିକୁ ଆସିଥିଲେ, ଦୁଇ ପଡ଼ୋଶୀ ମିଶି ଯୌନ ରାକ୍ଷସଙ୍କୁ ବିକିଦେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ରାଲିକୁ ଆସିଥିଲେ, ଦୁଇ ପଡ଼ୋଶୀ ମିଶି ଯୌନ ରାକ୍ଷସଙ୍କୁ ବିକିଦେଲେ…

କଟକ (ଓଡ଼ିଶା ରିପୋର୍ଟର): ପଡ଼ୋଶୀଙ୍କ ଭରସାରେ ନାବାଳିକା ଜଣକ ରାଲିରେ ଯୋଗଦେବା ପାଇଁ ଘରୁ ଆସିଥିଲେ। ହେଲେ କଟକର ବାଉନ ବଜାର ତେପନ ଗଳିରେ ବିକ୍ରି ହୋଇଗଲେ। କଟକରେ ସେ ଯୌନ ରାକ୍ଷସମାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଆସିବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍।

ପୂରା ଘଟଣା ଏହିପରି। ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳର ୧୫ ବର୍ଷିୟା ନାବାଳିକା ରାନୀ (ଛଦ୍ମନାମ) ଗତ ୧୫ ତାରିଖରେ ଏକ ରାଲିରେ ଯୋଗଦେବା ପାଇଁ ତାଙ୍କର ଦୁଇ ପଡ଼ୋଶୀଙ୍କ ସହିତ କଟକ ଆସିଥିଲେ। ହେଲେ ଜାଣିପାରି ନଥିଲେ ପଡ଼ୋଶୀଙ୍କ ଫନ୍ଦି। ତାଙ୍କ କହିବା ଅନୁଯାୟୀ, ସେହି ପଡ଼ୋଶୀମାନେ ହିଁ ତାଙ୍କୁ ଯୌନ ରାକ୍ଷସଙ୍କ ପାଖରେ ବିକ୍ରି କରିଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରାନୀଙ୍କୁ ତାଙ୍କର ଦୁଇ ପଡ଼ୋଶୀ କଟକ ମଙ୍ଗଳାବାଗ ଅଞ୍ଚଳରେ ଏକ ଭଡ଼ାଘରେ ରଖିଥିଲେ। ପରେ ସୁଯୋଗ ଦେଖି ସେମାନେ ରାନୀଙ୍କୁ ୫ ଜଣ ଯୁବକଙ୍କୁ ବିକ୍ରି କରି ଫେରାର ହୋଇଯାଇଥିଲେ। ବିଳମ୍ୱିତ ରାତିରେ ରାନୀଙ୍କ ରୁମ୍‌ରେ ୫ ଜଣ ଯୁବକ ପଶି ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। ରାନୀ ବିରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ୧୬ ତାରିଖରୁ ୧୯ ତାରିଖ ସକାଳ ଯାଏଁ ସେ ବାରମ୍ବାର ଗଣଦୁଷ୍କର୍ମର ଶିକାର ହୋଇଥିବା ରାନୀ ଅଭିଯୋଗ କରିଛନ୍ତି।

ଆଜି ସକାଳେ କୌଶଳକ୍ରମେ ରାନୀ ଯୌନ ରାକ୍ଷସଙ୍କ କବଳରୁ ମୁକୁଳି ମଙ୍ଗଳାବାଗ ଅଞ୍ଚଳରେ ଥିବା ଏକ ଶୌଚାଳୟକୁ ଯାଇଥିଲେ। ସେଠାରୁ ବାହାରି ଏକ ରିକ୍ସାରେ ଷ୍ଟେସନ୍‌କୁ ଯାଇଥିଲେ। ଷ୍ଟେସନ୍‌ରେ ନାବାଳିକା ଜଣକ ଏଣେତେଣେ ବୁଲୁଥିବା ଦେଖି, ରେଳବାଇ ପୁଲିସ୍‌ କଟକ ଚାଇଲ୍‌ଡଲାଇନ୍‌ କର୍ମକର୍ତ୍ତାଙ୍କୁ ଫୋନ୍‌ କରିଥିଲେ। ଚାଇଲ୍‌ଡଲାଇନ୍‌ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଯାଏଁ ଦୁଷ୍କର୍ମକାରୀଙ୍କ ପରିଚୟ ଜଣାପଡ଼ିନି।



from Odisha Reporter http://bit.ly/2VcHyFB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages