ରାୟଗଡ଼ାରେ ଏଚପିସିଏଲର ଏଲପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ରାୟଗଡ଼ାରେ ଏଚପିସିଏଲର ଏଲପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ

ରାୟଗଡ଼ା, କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ରାୟଗଡ଼ାଠାରେ ଏଚପିସିଏଲର ଏଲପିଜି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ଜୟପୁରଠାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ କୋଠାଘର ନିମନ୍ତେ ଏବଂ ବିମାନ ଇନ୍ଧନ ଷ୍ଟେସନର ମଧ୍ୟ ଶିଳାନ୍ୟାସ କରିଛନ୍ତି। ଶ୍ରୀ ପ୍ରଧାନ ରାୟଗଡ଼ା, ଲଡ୍ଡା ଏବଂ ଝିମିଡ଼ିପେଟାଠାରେ ରେଲୱେ ଫୁଟ ଓଭରବ୍ରିଜ୍ ଲୋକାର୍ପିତ କରିବା ସଙ୍ଗେ ସଙ୍ଗେ ନବରଙ୍ଗପୁରଠାରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ମଧ୍ୟ ଉଦଘାଟନ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, କେବିକେ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି, ଗତବର୍ଷ ବଲାଙ୍ଗୀରରେ ଏକ ଏଲପିଜି ବଟ୍ଲିଂ ପ୍ଲାଣ୍ଟର ଶୁଭାରମ୍ଭ କରାଯାଇଛି ଏବଂ ବର୍ତ୍ତମାନ ରାୟଗଡ଼ା ବଟ୍ଲିଂ ପ୍ଲାଣ୍ଟ ଏହି କ୍ଷେତ୍ରରେ ଆର୍ଥିକ ବିକାଶରେ ସାହାଯ୍ୟ କରିବ ଏବଂ କେବିକେ ଅଞ୍ଚଳରେ ଯୁବବର୍ଗଙ୍କୁ ରୋଜଗାରର ନୂତନ ଅବସର ମଧ୍ୟ ପ୍ରଦାନ କରିବ। ଏଚପିସିଏଲର ଏଲପିଜି ବଟ୍ଲିଂ ପ୍ଲାଣ୍ଟ ଆସନ୍ତା ୨୦୨୦ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଓଡ଼ିଶାର ଦ୍ୱିତୀୟ ପ୍ଲାଣ୍ଟ ହେବ ଏବଂ ଏଥିପାଇଁ ୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୬୦ ଏମଟିପିଏ କ୍ଷମତା ବିଶିଷ୍ଟ ଏହି ବଟ୍ଲିଂ ପ୍ଲାଣ୍ଟ (ବର୍ଷକୁ ୪୨ ଲକ୍ଷ ସିଲିଣ୍ଡର) ୨୪ଟି ପ୍ରମୁଖ ଇଲେକ୍ଟ୍ରୋନିକ୍ କରୋଜଲ ସହ ଫିଲିଂ କରିବାର କ୍ଷମତା ରହିବ। ଏହି ନୂତନ ପ୍ଲାଣ୍ଟରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସମ୍ବଳିତ ମାଉଣ୍ଡେଡ୍ ଷ୍ଟୋରେଜ୍ ରହିବ।

ରାୟଗଡ଼ାଠାରେ ଏହି ବଟ୍ଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ କେବଳ ଯେ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ା ଏବଂ ନୂଆପଡ଼ା ଆଦି ବିଭିନ୍ନ ଜିଲାର ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଣ କରିବ ତାହାନୁହେଁ, ଏହା ସ୍ଥାନୀୟ ଯୁବକଙ୍କୁ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ, ବିଭିନ୍ନ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ଓଡ଼ିଶାରେ ୩୭.୧୬ ଲକ୍ଷ ଏଲପିଜି ସଂଯୋଗୀକରଣ କରାଯାଇଛି। ୨୦୧୪ ମସିହାରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷ ଥିବା ବେଳେ ଏହି ସଂକ୍ଷତା ୨୦୧୯ ମସିହାରେ ୭୬.୬୫ ଲକ୍ଷରେ ପହଞ୍ଚିଛି ଯାହାର ଅଭିବୃଦ୍ଧି ହାର ୭୧.୫%କୁ ବୃଦ୍ଧି ପାଇଛି। ରାୟଗଡ଼ା ଏଲପିଜି ବଟ୍ଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ନୂତନ ଅଭିବୃଦ୍ଧି, ଏଲପିଜି କଭରେଜରେ ଆହୁରି ବୃଦ୍ଧି ଘଟିବା ସହ ଏହା ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଅଧିକ ସୁଦୃଢ଼ କରିବ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଏଚପିସିଏଲର ସିଏମଡି ଏମ୍ କେ ସୁରାନା, ଏଚପିସିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏଲପିଜି) ରାକେଶ ମିଶ୍ରି, ଏଚପିସିଏଲ ମାର୍କେଟିଂ ନିର୍ଦ୍ଦେଶକ ଏସ୍ ଜୟକ୍ରିଷ୍ଣନ୍, ଓଡ଼ିଶା ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ଜଳେଶ୍ୱର କହଁର, ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସୁଧାଂଶୁ ମିଶ୍ର, , ଇଷ୍ଟକୋଷ୍ଟ ରେଲୱେର ଡିଆରଏମ -ୱାଲଟିୟର ମୁକୁଲ ଶରନ ମାଥୁର ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2XbGAuP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages